ରତ୍ନଭଣ୍ଡାର ଫଟୋ ପୋଷ୍ଟ କରି ଏବେ ଅଡୁଆରେ ଏଏସ୍‌ଆଇ ।

ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଫଟୋ ପୋଷ୍ଟ କରି ଏବେ ଅଡୁଆରେ ଏଏସ୍‌ଆଇ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଫଟୋ ପୋଷ୍ଟ କରିଛି । ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କିଛି ଫଟୋକୁ ସୋସିଆଲ ଏକ୍ସରେ ପୋଷ୍ଟ କରିଥିଲା ଏଏସ୍‌ଆଇ । ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍‌ଆଇ କର୍ତ୍ତୃପକ୍ଷ । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସ୍‌ଆଇ । ଏକ୍ସ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଅର୍ଥାତ୍ ପାଟ ଅଗଣାରୁ ନାଟ ମଣ୍ଡପ, ଜଗମୋହନ, ରତ୍ନ ଭଣ୍ଡାର ବାହାର ପାର୍ଶ୍ଵ ଆଦିର ଫୋଟୋ ଅପଲୋଡ୍‌ କରିଥିଲା । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ତେବେ କିଏ କେଉଁ ପରିପ୍ରେକ୍ଷୀରେ ଫୋଟୋ ଉଠାଇ ଏତେ ସ୍ପଷ୍ଟ ଭାବରେ ଶ୍ରୀମନ୍ଦିର ଭିତର ଭିଜୁଆଲ ଭାଇରାଲ କଲେ ତାହା ତଦନ୍ତ କେଲ ସ୍ପଷ୍ଟ ହେବ । ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଓ କ୍ୟାମେରା ଆଦି ନେବା ନିଷିଦ୍ଧ କରାଯାଇଛି । ହେଲେ ଏଏସ୍‌ଆଇ ଏହାକୁ ଦୃଷ୍ଟି ନଦେଇ ଶ୍ରୀମନ୍ଦିର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିଦେଲା । ପୂର୍ବରୁ ଅନେକ ଲୋକ ବାରଣକୁ ଖାତିର ନକରି ଦଣ୍ଡ ପାଇଛନ୍ତି । ଏଏସ୍‌ଆଇ କ୍ଷେତ୍ରରେ ଏହାକୁ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ନଜର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial