ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୋଲିସ ଏନକାଉଣ୍ଟରରେ ୩ ଉଗ୍ରବାଦୀ ନିହତ ।

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲାରେ ପୋଲିସ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟ । ଘାଘରା ଥାନା ସେହଲ ଲଭଡାଗ ଗାଁରେ ଏହି ଏନକାଉଣ୍ଟର ହୋଇଛି । ତେବେ ପୋଲିସ ଏନକାଉଣ୍ଟରରେ ୩ ଉଗ୍ରବାଦୀ ନିହତ ହୋଇଛନ୍ତି । ସମସ୍ତ ତିନି ଉଗ୍ରବାଦୀଙ୍କ ମୃତଦେହ ଜଙ୍ଗଲରେ ପଡ଼ିରହିଛି । ଘଟଣାସ୍ଥଳରୁ ଏକେ-୪୭ ଓ ଇନସାସ ରାଇଫଲ୍ ଜବତ ହୋଇଛି।

ପୋଲିସ କହିଛି ଯେ, ମଝିରେ ମଝିରେ ଗୁଳିଚାଳନା ଜାରି ରହିଛି । ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ଦୀପକ ଲୋହାର ବୋଲି ଜଣାପଡ଼ିଛି । ଉଗ୍ରବାଦୀମାନଙ୍କୁ ଏବେ ବି ଚିହ୍ନଟ କରାଯାଉଛି । ଗୁମଲା ପୋଲିସ ଗୁପ୍ତ ସୂଚନା ପାଇଥିଲା ଯେ, ଘାଘରାର ସେହଲ ଗାଁରେ ଜେଜେଏମପି ଉଗ୍ରବାଦୀମାନେ ବଡ଼ ବିସ୍ପୋରଣ ଘଟାଇବାକୁ ଏକାଠି ହେଉଛନ୍ତି । ଏହି ସୂଚନା ଆଧାରରେ, ପୋଲିସ ଦଳ ଗଠନ କରାଯାଇଥିଲା । ପୋଲିସ ଉଗ୍ରବାଦୀମାନଙ୍କୁ ଘେରିଯିବା ପାଇଁ ଜଙ୍ଗଲରେ ପ୍ରବେଶ କରିଥିଲା ।

ପୋଲିସ ସେହଲ ଗ୍ରାମ ନିକଟରେ ଉଗ୍ରବାଦୀଙ୍କ ଆଡ୍ଡା ଆଡ଼କୁ ଯିବା ମାତ୍ରେ ଉଗ୍ରବାଦୀମାନେ ଜଙ୍ଗଲରେ ପୋଲିସ ଉପରେ ଗୁଳିଚାଳନା ଆରମ୍ଭ କରିଥିଲେ । ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା। ପାଲଟା ଜବାବରେ, ଘଟଣାସ୍ଥଳରେ ତିନି ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial