ଦିନେ ଦୁଇ ଦିନ ମଧ୍ୟରେ ନୂଆ ଟିମ୍ ଗଠନ: ମନମୋହନ ସାମଲ ।

ମନ୍ତ୍ରିମଣ୍ଡଳ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା। ପନ୍ଦର ଦିନରୁ ମାସେ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ପ୍ରଥମେ ସଙ୍ଗଠନ, ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ କାମ । ଯାହା ଦାୟିତ୍ୱ ରହିଛି ସେ ନିର୍ବାହ କରୁଛନ୍ତି । ଯଦି ଦଳକୁ ପରାମର୍ଶ ମାଗନ୍ତି ଆମେ ନିଶ୍ଚୟ ଦେବୁ।

ମନ୍ତ୍ରିମଣ୍ଡଳରେ କିଏ ରହିବେ, ଆଧାର କଣ ରହିବ ସେ ନେଇ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ। ପ୍ରଥମେ ସଂଗଠନ, ବୋର୍ଡ ନିଗମ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ସବୁ ଦିଗକୁ ପ୍ରାଧାନ୍ୟ ଦିଆଯିବ। ଦିନେ ଦୁଇ ଦିନ ମଧ୍ୟରେ ନୂଆ ଟିମ ଏବଂ ପରେ ବୋର୍ଡ ନିଗମ ପଦବୀ ପୂରଣ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial