ଦେବଗଡ଼ ନିର୍ବାଚନ ଆୟୋଗ ମାର୍ଗ ଦର୍ଷିକ ଅନୁଯାୟୀ ଜିଲ୍ଲାର ରାଜନ୍ୟତିକ ଦଳମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାର ଏକ ବୈଠକ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବାରକୋଟ ବ୍ଲକ୍ ରେ ୧୧୬ ବୁଥରେ ନୂତନ ବୁଥ ୯ଟି ରିଆମାଳ ବ୍ଲକ୍ ରେ ୧୦୮ ବୁଥରେ ୮ ଟି ନୂତନ ବୁଥ, ତିଲେଇବଣି ବ୍ଲକ୍ ରେ ୯୭ ବୁଥରେ ୨ ଟି ନୂତନ ବୁଥ ପୌରପରିଷଦରେ ୧୭ ଟି ବୁଥରେ ୩ଟି ନୂତନ ବୁଥ ଜିଲ୍ଲାରେ ପୂର୍ବରୁ ୩୩୮ ଟି ବୁଥ ଥିବା ସତ୍ତ୍ଵେ ଏବେ ୨୨ ଟି ନୂତନ ବୁଥ୍ କରାଯିବାପାଇଁ ସ୍ତିର କରାଯାଇଛି। ସର୍ବମୋଟ ଜିଲ୍ଲାରେ ୩୬୦ ଟି ବୁଥ ହେବାପାଇଁ ସ୍ଥିର କରାଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ,ଉପଜିଲ୍ଲାପାଳ ପରକ୍ଷୀତ ସାହୁ ,ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ମମତାଜ୍ ମହାରଣା, ଭାରତୀୟ ଜନତା ପାର୍ଟୀ ସଭାପତି ଅରୁଣ ସାହୁ, ଆମ୍ ଆଦମୀ ପାର୍ଟି ଜ୍ଞାନେନ୍ଦ୍ର କୁମାର ସାମଲ, ବିଜୁଜନତା ଦଳର ପ୍ରତିନିଧି ଚନ୍ଦ୍ର ଶେଖର ଭୁକ୍ତା, ଜିଲ୍ଲା କଂଗ୍ରେସ ସଭାପତି ସେମ୍ ହେମରମ୍, ସହକାରୀ ଜିଲ୍ଲାପାଳ ସୁଷ୍ରିରେଖା ମହାନ୍ତ ଓ ବରିଷ୍ଠ ରାଜସ୍ଵ ସହାୟକ ସମିତ୍ରୀ ପ୍ରସାଦ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ନୂତନ ମତଦାନ କେନ୍ଦ୍ରକୁ ନେଇ ରାଜନୈତିକ ଦଳ ମାନଙ୍କ ସହିତ ବୈଠକ ।

Leave a Reply