ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ପଳସମା ନୂଆସାହିର ଅଭୟ ବଗାରଙ୍କ ଏକମାତ୍ର ପୁତ୍ର ଚକ୍ରଧର ବଗାର ନିଜ ବାସଭବନରୁ ସଂସାମରା ତାଙ୍କ ବନ୍ଧୁଙ୍କୁ ଛାଡ଼ି ଫେରୁଥିବା ସମୟରେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅଧିନସ୍ଥ ସଂସାମରା ଗାଁ ନିକଟରେ ଭାରସ୍ୟାମ ହରାଇ ବାଇକ ଆରୋହି ଚକ୍ରଧର ବଗାରଙ୍କ ଘଟଣାସ୍ଥଳରେ ସକାଳ ୭ ଘଣ୍ଟିକାରେ ମୃତ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ ଓ ମେଳାପି ଥିଲେ ଏବଂ ପଳସମା ନୂଆସାହି ଲକ୍ଷ୍ମୀପୂଜା କମିଟିର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଉଥିବା ମଧ୍ୟ ସୂଚନା ରହିଛି । ଖାଲି ସେତିକି ନୁହେଁ ଚକରା ଅନେକ ସ୍ବେଛାସେବୀ ସଂଗଠନରେ ରହି ମଧ୍ୟ ଅନେକ ସେବା ସହଯୋଗ କରିଛନ୍ତି । ଆଜି ପଳସମା ଲକ୍ଷ୍ମୀପୂଜା କମିଟିର ସଭାପତି ଲୋଚନ ସାହୁ ଓ ସମ୍ପାଦକ ତପନ କୁମାର ଦେହୁରୀଙ୍କ ତତ୍ତ୍ୱବଧାନରେ ଏକ ସଭାକାର୍ଯ୍ୟ କରି କମିଟିର ସମସ୍ତ ମେମ୍ବରଙ୍କ ଉପସ୍ଥିତରେ ମୃତ୍ୟ ଚକ୍ରଧର ବଗାରଙ୍କ ପରିବାରକୁ ୧୦ ହଜାର ଟଙ୍କା ଅର୍ଥରାଶି ସହାୟତା କରିଛନ୍ତି।
ମୃତ ଯୁବକଙ୍କ ପରିବାରକୁ ପଳସମା ଲକ୍ଷ୍ମୀପୂଜା କମିଟି ତରଫରୁ ସହାୟତା ଅର୍ଥରାଶି ପ୍ରଦାନ ।

Leave a Reply