ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀର ଜଳସ୍ତର ।

ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା । ପୁଣି ଜଳକା ଓ ବୈତରଣୀ ନଦୀରେ ବନ୍ୟା ଆଶଙ୍କା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କ୍ରମଶଃ ବଢୁଛି ଜଳକା ନଦୀର ଜଳସ୍ତର । ସକାଳା 7 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.80 ମିଟରରେ ପ୍ରବାହିତ ହେଉଛି । ଭଦ୍ରକର ଧାମନଗର, ବାଲେଶ୍ବରର ଚାନ୍ଦବାଲି ଅଞ୍ଚଳ ପ୍ରଭାବିତ ହେବ । ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳ ପ୍ରଭାବିତ ହେବ । ଏନେଇ କ୍ଷେତ୍ର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତାକାଲି ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖା ଦେବ । ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ବ୍ରାହ୍ମଣୀ ନଦୀରେ ଏଯାଏଁ ବନ୍ୟା ସ୍ଥିତି ଦେଖାଯାଇନି । ହୀରାକୁଦକୁ ୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ରେଙ୍ଗାଲି ଡ୍ୟାମ୍‌ରେ ୩ଟି ଗେଟ୍‌ ଦେଇ ପାଣି ଚାଲିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial