ସଡକ ଦୁର୍ଘଟଣାରେ ଟେଲିଭିଜନ ଅଭିନେତାଙ୍କ ମୃତ୍ୟୁ

ମୁମ୍ବାଇ: ଗତକାଲି ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଟେଲିଭିଜନ ଅଭିନେତା ଅମନ ଜୟସୱାଲଙ୍କ ମୃତ୍ୟୁ ହୋଇଛି | ସେ ମୁମ୍ବାଇର ଯୋଗେଶ୍ୱରୀ ରାସ୍ତାରେ ମୋଟରସାଇକେଲରେ ଗତିକରୁଥିବା ବେଳେ ଏକ ଟ୍ରକ ଆସି ତାଙ୍କୁ ଧକା ଦେଇଥିଲା | ଏବଂ ଏହାପରେ ତାଙ୍କୁ କାମା ହସ୍ପିଟାଲକୁ ନିଆଯାଇଥିଲା | ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି |ଟ୍ରକ ଡ୍ରାଇଭରଟି ଦ୍ରୁତ ଗତିରେ ଏବଂ ଅବହେଳାରେ ଗାଡି ଚଳାଉଥିବା ହେତୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି | ଘଟଣା ସ୍ଥଳରେ ଆମ୍ବୋଲି ପୋଲିସ ପହଞ୍ଚି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି | ଅଭିନେତା ଅମନ ଜୟସୱାଲ ଏକ ଟିଭି ଧାରାବାହିକ “ଧରତୀପୁତ୍ର ନନ୍ଦିନୀ” ରେ ମୁଖ୍ୟ ଭୂମିକା ନିଭାଇ ବେଶ ଜଣାଶୁଣା ଥିଲେ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial