ସମ୍ବିଧାନ ବଞ୍ଚାଅ ସମାବେଶରେ, ସରକାର ଗରିବଙ୍କୁ ଲୁଟୁଛନ୍ତି କହିଲେ ରାହୁଲ ।

ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସମ୍ବୋଧନ । କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ୍‌ କିପରି ଅଛି ପ୍ରଶ୍ନ କଲେ ରାହୁଲ । କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କଲେ ରାହୁଲ୍‌ । ସରକାର ଗରିବଙ୍କୁ ଲୁଟୁଛନ୍ତି କହିଲେ ରାହୁଲ । ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । ମହାରାଷ୍ଟ୍ରରେ ନୂଆ ୧ ଲକ୍ଷ ଭୋଟର୍ କିପରି ଆସିଲେ । ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରେ ବିନା ପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି । ପେସା ଆଇନ୍ ଲାଗୁ ହେଉନି, କିନ୍ତୁ ଆମେ ଏହା ଲାଗୁ କରିବୁ । ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ୍ ।

ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ । ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍ । ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ ।

ତେଲେଙ୍ଗାନା ଉଦାହରଣ ଦେଇ ଜାତି ଜନଗଣନା ଜରୁରୀ କହିଲେ ରାହୁଲ। ଏଠି ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକ୍ୟାସିରେ । ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ହେଲେ ଜାତି ଜନଗଣନା ଜରୁରୀ । ଜାତି ଜନଗଣନା ହେଲେ ଦଳିତ, ପଛୁଆଙ୍କୁ ସେମାନଙ୍କ ପ୍ରକୃତ ଶକ୍ତି ଜଣାପଡ଼ିବ । ପ୍ରକୃତ ଶକ୍ତି ଜାଣିପାରିଲେ ଏମାନେ ସରକାରକୁ ଓପାଡ଼ି ଫୋପାଡ଼ି ଦେବେ । ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କଲେ ରାହୁଲ । ଆଦାନୀ ପାଇଁ ରଥକୁ ରୋକାଯାଉଛି କହିଲେ ରାହୁଲ । ଏହା ଆପଣଙ୍କ ସରକାର ନୁହେଁ, ଆଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି । ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା ।

ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍ । ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ କହିଲେ ରାହୁଲ ଗାନ୍ଧୀ । ସମ୍ବିଧାନ ବଞ୍ଚାଅ ସମାବେଶରେ ମଲିକାର୍ଜୁନ ଖଡ୍‌ଗେଙ୍କ ସମ୍ବୋଧନ । ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି । କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । କିଛି କରିନାହାନ୍ତି, କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ । ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial