ହୋମଗାର୍ଡ ପରୀକ୍ଷା ପାଇଁ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଥିବାବେଳେ, ଡିଗ୍ରୀଧାରୀଙ୍କ ଲାଗିଛି ଲମ୍ବାଲାଇନ୍ ।

ରାଉରକେଲା ଜିଲ୍ଲାରେ ବାହାରିଥିବା ହୋମଗାର୍ଡ ପରୀକ୍ଷା ପାଇଁ ଭୋର ୪ଟାରୁ ଆବେଦନକାରୀଙ୍କ ଲାଗିଛି ଲମ୍ବା ଲାଇନ୍ । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ପଞ୍ଚମ ପାସ, ହେଲେ ଆବେଦନକାରୀଙ୍କ ମଧ୍ୟରେ ଡିପ୍ଲୋମା, ବି.ଟେକ ଡିଗ୍ରୀ ଧାରୀ ମଧ୍ୟ ଅଛନ୍ତି । ଉଭୟ ମହିଳା ଓ ପୁରୁଷଙ୍କ ଲାଗିଛି ଲମ୍ବା ଲାଇନ । ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୭୦୦ ଆବେଦନକାରୀଙ୍କ ଲମ୍ବା ଲାଇନ ଲାଗିଛି । ଆଶାୟୀ ପିଲାଙ୍କ ମଧ୍ୟରୁ କିଏ ବି.ଟେକ, ତ କିଏ ଡିପ୍ଲୋମା, ପୁଣି କିଏ ଉଚ୍ଚ ଶିକ୍ଷିତ । ଡିଗ୍ରୀଧାରୀଙ୍କ ଲମ୍ବା ଲାଇନ। ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଥିବାବେଳେ ଡିଗ୍ରୀଧାରୀଙ୍କ ଲାଗିଛି ଲମ୍ବାଲାଇନ୍।

ଆଜି ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଛି । ରାଉରକେଲା ରିଜର୍ଭ ପଡିଆରେ ଚାଲିଛି ପରୀକ୍ଷା । ଜୁନ ୯ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେଥିରେ ଉତ୍ତୀର୍ଣ୍ଣ ହୋଇଥବା ପିଲା ଆଜି ଶାରୀରିକ ପରୀକ୍ଷା ଦେଉଛନ୍ତି । କିଛିଦିନ ତଳେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା।ରାଉରକେଲା ପୋଲିସ ଜିଲ୍ଲା ପାଇଁ ୧୦୭ ହୋମଗାର୍ଡ ପଦବୀ ପାଇଁ ପରୀକ୍ଷା ଚାଲିଥିଲା, ୯ ହଜାର ୬୧ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ ଅନେକ ଏମବିଏ, ଏମସିଏ, ଡିପ୍ଲୋମା ଓ ଆଇଟିଆଇ ଛାତ୍ରଛାତ୍ରୀ ଥିବା ବୋଲି ଜଣାପଡିଥିଲା । ହୋମଗାର୍ଡ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ୫ମ ପାସ୍ ଥିବା ବେଳେ ଦୈନିକ ୬୧୨ଟଙ୍କା ପାରିଶ୍ରମିକ ରହିଥିଲା । ତେବେ ହୋମଗାର୍ଡ ଚାକିରି ପାଇଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାୟୀଙ୍କ ଭିଡ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial