ଜାତୀୟ ପଲ୍ଲିଶ୍ରୀ ମେଳା କାର୍ଯ୍ୟକ୍ରମରେ ଗ୍ରାହକ ସଚେତନତା ଷ୍ଟଲ୍ ଉଦଘାଟନ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀଠାରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳା କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(ସିକା)ପକ୍ଷରୁ ଆୟୋଜିତ ଗ୍ରାହକ ସଚେତନତା ଷ୍ଟଲ୍ ଉଦଘାଟନ କରିବା ସହ ‘ସିକା’ର ମାସିକ ପତ୍ରିକାକୁ ଉନ୍ମୋଚନ କରିଥିଲେ। ଏହି ଷ୍ଟଲ୍ ଟି ଗ୍ରାହକମାନଙ୍କ ପାଇଁ ସେଚତନତା କର୍ମଶାଳା ଭିର୍ତ୍ତିରେ ଆୟୋଜନ କରାଯାଇଥିଲା । ଏହି ସଚେତନାମୂଳକ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୁରକ୍ଷା ସମ୍ପର୍କରେ ତଥ୍ୟ ପ୍ରଦାନ କରି ତା’ର ନିୟମ ଓ ସମସ୍ୟାର ସମାଧାନର ବିକଳ୍ପ ବିଷୟରେ ଅବଗତ କରାଇଥିଲେ। ତା’ସହ ଗ୍ରାହକମାନେ ଯେପରି କୌଣସି ସେବା ବା ଦ୍ରବ୍ୟ କିଣିବା ସମୟରେ ସତର୍କ ଓ ସଚେତନ ରହିବେ ସେ ନିମନ୍ତେ ସେ ନିଜର ମନ୍ତବ୍ୟ ରଖିଥିଲେ।

ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମେତ ବିଭାଗର ଖାଉଟି ବ୍ୟାପାର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା, ‘ସିକା’ର ଭାରପ୍ରାପ୍ତ ଅଧିକାରୀ ଓ ମାପ ଏବଂ ଓଜନ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ଉପଭୋକ୍ତା ସଂଗଠନର କାର୍ଯକର୍ତ୍ତା ଓ ସାଧାରଣ ଜନତା ମଧ୍ୟ ଏହି ଉଦଘାଟନ ଉତ୍ସବରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial