ଦେବଗଡ ଜିଲ୍ଲାରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

ଆଜି ସ୍ଥାନୀୟ ନୂତନ ବସ୍ ଷ୍ଟାଣ୍ଡ ନୂଆଁ ବାଲିରୋଇ ଠାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ତାପସ କୁମାର ମହନ୍ତଙ୍କ ଆହ୍ବାନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି, ଆରକ୍ଷି ଅଧିକ୍ଷକ ଅନିଲ କୁମାର ମିଶ୍ର,ଆର୍ଥିକ ପରାମର୍ଶ ଦାତା ତଥା ସ୍ବତନ୍ତ୍ର ସଚିବ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନୁନାଥ ସେଠି, ଅତିରିକ୍ତ ଜିଲ୍ଲାପାଳ ରେଵେକା ବିଳୁଙ୍ଗ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ମାନ୍ୟବର ସାଂସଦ ସମ୍ବଲପୁର ପ୍ରତିନିଧି ଅରୁଣ କୁମାର ସାହୁ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବରଣ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୬ ଘଟିକାରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।

ପରେ ପରେ ପରିବାର ଫାଉଣ୍ଡେସନ୍ ଏବଂ ବିବେକାନନ୍ଦ କନ୍ୟାକୁମାରୀ ଦେବଗଡ ମିଳିତ ଆନୁକୁଲ୍ୟରେ ଯୋଗ ଗୁରୁ ଆଚାର୍ଯ୍ୟ ଲେଖରାଜ୍ଙ୍କ ନିର୍ଦ୍ଦେଶିତ ଯୋଗ ଅଧିବେଶନ, ନିର୍ଦ୍ଦେଶିତ ଧ୍ୟାନ, ଶାନ୍ତି ମନ୍ତ୍ର ଶପଥ ପାଠ କରାଇଥିଲେ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ଯୋଗ ବ୍ୟାୟାମ କରିବା ଆବଶ୍ୟକ । ଯୋଗ କରିବା ଦ୍ଵାରା ମନ ପ୍ରଫୁଲ୍ଲିତ ରୁହେ । ତାହାର ସୁପ୍ରଭାବ ଶରୀର ଉପରେ ପଡେ । ନିୟମିତ ବ୍ୟାୟାମ କଲେ ଶରୀରରେ ରକ୍ତ ସଞ୍ଚାଳନ ହୁଏ । ସେହିପରି ଇଣ୍ଡର ଷ୍ଟାଡିୟମ୍ ଠାରେ ପୌରପରିଷଦ ପକ୍ଷରୁ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ୱାଇଁଙ୍କ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ସାମ୍ବାଦିକ, ସମାଜସେବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ପୌରାଞ୍ଚଳର ଅଧିବାସୀ, ବୁଦ୍ଧିଜୀବି ଓ ବହୁ ସଂଖ୍ୟାରେ ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ‌। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial