ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ସମସ୍ତ ସ୍କୁଲ। ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଧ୍ୟାନରେ ରଖି ଭୁବନେଶ୍ୱର ଓ କଟକ ମହାନଗର ସ୍ଥିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିଶାଳ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ବନ୍ଦ ରଖିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଓ ଭୁବନେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।
ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱର ଆସିବେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ତାଙ୍କର ଗସ୍ତରେ ରୋଡ ସୋ’ ଏବଂ ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ମୋଦୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଜନସମୁଦ୍ର ପାଲଟିବ । ରାଜ୍ୟର କୋଣଅଣୁକୋଣରୁ ଲୋକେ ଆସିବେ । ସମ୍ଭାବିତ ଭିଡ଼ ଯୋଗୁଁ ସ୍କୁଲ ପିଲାମାନେ ଟ୍ରାଫିକ୍ଜନିତ ସମସ୍ୟାର ସାମ୍ନା କରିବାର ଆଶଙ୍କା କରି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖ ଦିନ ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
Leave a Reply