ଗଣପର୍ବ ରଜ ଅବସରରେ ଢେଙ୍କାନାଳ ଜିଲ୍ଲା ଗସ୍ତରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ତିନି ଦିନ ଧରି ପାଳିତ ହେଉଥିବା ଓଡ଼ିଶାର ଏହି ଗଣପର୍ବ ରଜ ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି । ପରମ୍ପରା ଓ ସଂସ୍କୃତିକୁ ନେଇ ଭିଜା ମାଟିର ପହିଲି ବାସ୍ନାରେ ପ୍ରକୃତି ମାଆ କୋଳରେ ନିଜକୁ ହଜାଇ ଦେବାର ପର୍ବ ରଜ । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଢେଙ୍କାନାଳ ଜିଲ୍ଲାର କରମୂଳ ପଞ୍ଚାୟତ ଅଧୀନ ମକୁନ୍ଦପୁର ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଆୟୋଜିତ ରଜ ଉତ୍ସବରେ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ଅଭୁଲା ମୁହୂର୍ତ୍ତ ବିତାଇ ଅନେକ ସ୍ମୃତି ଓ ଭଲପାଇବା ସାଉଁଟିଛନ୍ତି।

ଏହା ସହ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାଇରିଆରେ ପୀଡିତ ଥିବା ରୋଗୀ ଏବଂ ତା’ଙ୍କ ସମ୍ପର୍କୀୟ ମାନଙ୍କୁ ସାକ୍ଷାତ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ପଚାରି ବୁଝିବା ସହ ଚିକିତ୍ସିତି ହେଉଥିବା ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଉପସ୍ଥିତ ଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ମୋହନ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଆବଶ୍ୟକୀୟ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial