ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ; ୭ଜଣଙ୍କୁ ଅଟକ ରଖିଛି ପୁଲିସ।

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ପ୍ରାୟ ଏହି ସମୟରେ ୧୦ ଦୁର୍ବୃତ୍ତ ବାଇକରେ ବେଳାଭୂମିର ନିକାଞ୍ଚନ ଅଞ୍ଚଳକୁ ଆସିଥିଲେ । ସେଠାରେ ସଂପୃକ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଫଟୋ ଉଠାଇବା ସହ ତାଙ୍କୁ ଘେରିଥିଲେ ଏବଂ ଭାଇରାଲ କରିବାର ଭୟ ଦେଖାଇଥିଲେ । ଭୟଭୀତ ହୋଇ ଯୁବତୀ ଓ ପୁରୁଷ ବନ୍ଧୁ ଜଣଙ୍କ କାକୁତି ମିନତି ହୋଇଥିଲେ ବି ଶୁଣିନଥିଲେ ଦୁର୍ବୃତ୍ତ । ତେବେ ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିବା ଅଭିଯୋଗ ହୋଇଛି । 

ଗୋପାଳପୁର ପୁଲିସ ଏହି ମାମଲାରେ ୭ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଅଛି ।  ଅନ୍ୟ ଦୁଇ ଦୁଷ୍କର୍ମକାରୀ ଅଭିଯୁକ୍ତ ଫେରାର ଅଛନ୍ତି । ଅଭିଯୁକ୍ତମାନେ ହିଞ୍ଜିଳି ଅଞ୍ଚଳର ବୋଲି ଜଣାପଡିଛି । ପୁଲିସ ଅଧିକ ତଦନ୍ତ ଚଳାଇଛି । ରବିବାର ରଜ ସଂକ୍ରାନ୍ତିରେ ଏମାନେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ। କିନ୍ତୁ ସଂକ୍ରାନ୍ତି ଯୋଗୁଁ ବେଳାଭୂମିରେ ବେଶୀ ଭିଡ଼ ନଥିଲା । ଏହାର ସୁଯୋଗ ନେଇ ଅଭିୟୁକ୍ତ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial