“ନେକ୍ଟଜେନ୍ ବାଇଓସମ୍ମିଟ୍ ଓଡିଶା-୨୦୨୫” ସେମିନାରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଗତକାଲି ବିକଶିତ ଓଡିଶା ଟ୍ରଷ୍ଟ ଦ୍ୱାରା ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ଥି ପ୍ରିମିୟମ୍ ପରିସରରେ ଠାରେ ଆୟୋଜିତ “ନେକ୍ଟଜେନ୍ ବାଇଓସମ୍ମିଟ୍ ଓଡିଶା-୨୦୨୫” ସେମିନାର କାର୍ଯ୍ୟକ୍ରମରେ ମାନନୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀକୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଏହି ସେମିନାରରେ ମନ୍ତ୍ରୀଙ୍କ ସମେତ ଦେଶର ବହୁ ବିଶିଷ୍ଠ ବୈଜ୍ଞାନିକ ଏବଂ ଇନଭେଷ୍ଟର ମଧ୍ୟ ଯୋଗ ଦେଇଥିଲେ। ଏହାସହ ସ୍ୱାସ୍ଥ୍ୟସେବା, କୃଷି, ପରିବେଶ ସ୍ଥାୟୀତା ଏବଂ ସ୍ୱଚ୍ଛ ଶକ୍ତି ଭଳି ଜାତୀୟ ଏବଂ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ନିମନ୍ତେ ଜୈବ ଉଦ୍ଭାବନର ସମ୍ଭାବନାକୁ ଉପଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସେ ନିଜେ ମଧ୍ୟ ଏ ସଂମ୍ପର୍କରେ ମନ୍ତବ୍ୟ ଦବାକୁ ଯାଇ କହିଛନ୍ତି, “ବାୟୋଟେକ୍ନୋଲୋଜିର ଭବିଷ୍ୟତକୁ ଅଗ୍ରଗତି କରିବା ତଥା ଜୈବ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଜୈବ ଉତ୍ପାଦନ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ଼ କରିବା ତଥା ଓଡିଶାକୁ ବାଇଓଟେକ୍ନୋଲୋଜିର ହବ୍ କରିବା ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଭାରତର ଅଗ୍ରଣୀ ଅନୁଷ୍ଠାନ ବିକଶିତ ଓଡିଶା ଟ୍ରଷ୍ଟ ଦ୍ୱାରା ଆୟୋଜିତ “ନେକ୍ଟଜେନ୍ ବାଇଓସମ୍ମିଟ୍ ଓଡିଶା-୨୦୨୫” ସେମିନାର କାର୍ଯ୍ୟକ୍ରମରେ ଦେଶର ବହୁ ବିଶିଷ୍ଠ ବୈଜ୍ଞାନିକ ଏବଂ ଇନଭେଷ୍ଟରଙ୍କ ସହ ଯୋଗଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି। ସ୍ୱାସ୍ଥ୍ୟସେବା, କୃଷି, ପରିବେଶ ସ୍ଥାୟୀତା ଏବଂ ସ୍ୱଚ୍ଛ ଶକ୍ତି ଭଳି ଜାତୀୟ ଏବଂ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ନିମନ୍ତେ ଜୈବ ଉଦ୍ଭାବନର ସମ୍ଭାବନାକୁ ଉପଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ମୁଁ ପ୍ରତିଶୃତି ରଖୁଛି”।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial