ଆଜି ଶ୍ରୀମନ୍ଦିରରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ ।

ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥି । ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଫଳରେ ସାଧାରଣ ଦର୍ଶନ ବନ୍ଦ ରହିବ । ଗତକାଲି ରାତ୍ର ପହୁଡ଼ ଠାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ । ସେନାପଟା ନୀତି ଶେଷ ହେବା ପରେ ଅର୍ଥାତ୍ ଅପରାହ୍ନ ୨ଟା ପରେ ଜଗା ଦର୍ଶନ କରିପାରିବେ ଭକ୍ତ । ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ମହାପ୍ରଭୁଙ୍କର ଅନେକ ନୀତିକ୍ରାନ୍ତି ହୋଇଥାଏ । ସେଥି ମଧ୍ୟରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନ୍ୟତମ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି କରିଥାନ୍ତି । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ହୋଇଥାଏ । ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି । ତେବେ ତିଥି ଅନୁସାରେ, ଆଜି ମହାପ୍ରଭୁଙ୍କର ଏହି ନୀତି ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial