ଯାଜପୁର: ଯାଜପୁର ଜିଲ୍ଲା ରେ ଦିନକୁ ଦିନ ବିଗିଡିବାରେ ଲାଗିଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ଦିନ ଦ୍ବିପହରରେ ହାତରେ ମୋବାଇଲ୍ ଧରି ଯାଉଥିବା ଯାତ୍ରୀ ଙ୍କ ଠାରୁ ମୋବାଇଲ ଝାମ୍ପି ନେଉଛନ୍ତି ଚୋର। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଖରସ୍ରୋତା ମହାବିଦ୍ୟାଳୟ ର ଛାତ୍ରୀ ମନିଷା ପରିଡ଼ା ଗତ ୭ ତାରିଖ ଦିନ ଅପରାହ୍ନ ସମୟ ରେ କଲେଜ୍ ରୁ ଘରକୁ ଫେରୁଥିବା ବେଳେ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟ ରେ କେହି ଜଣେ ଯୁବକ ଏକ ନୀଳ ରଙ୍ଗ ର ସ୍କୁଟି ରେ ଆସି ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇ ଚାଲି ଗଲା। ଦିନ ଦ୍ବିପହରରେ ବିଞ୍ଝାରପୁର ଅଞ୍ଚଳ ରେ ଏଭଳି ଘଟଣା ବିଂଝାରପୁର ରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତି ଆଂଗୁଳି ଉଠାଇଛି।ତୁରନ୍ତ ଦୁର୍ବୃତ୍ତ କୁ ଗିରଫ ପାଈଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
ଛାତ୍ରୀଙ୍କ ହାତରୁ ମୋବାଇଲ ଛଡାଇ ନେଲେ ଦୁର୍ବୃତ୍ତ,ଥାନାରେ ଏତଲା ଦେଲେ ଛାତ୍ରୀ

Leave a Reply