ଆସନ୍ତା ୩ ଘଣ୍ଟା ମଧ୍ୟରେ ୭ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ମଧ୍ୟମ ଓ ହାଲୁକା ଧରଣର ବର୍ଷା, ବଜ୍ରପାତର ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ଏପରିକି ୭ଟି ଜିଲ୍ଲାକୁ ସତର୍କ କରାଇ ୱେଲୋ ୱାର୍ଣ୍ଣିଂ ଜାରି ମଧ୍ୟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୁଳ, ଖୋର୍ଦ୍ଧା, ଦେବଗଡ଼, ନୟାଗଡ଼, କଟକ, କେନ୍ଦୁଝର ଓ ବଲାଙ୍ଗୀର ।
ସେହିପରି ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ଗୁଡ଼ିକର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତର ସମ୍ଭାବନା ରହିଥିବାବେଳେ ଜୁନ୍ ୭ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତର ସମ୍ଭାବନା ରହିଛି ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Leave a Reply