ଆଜିଠୁ ଦୁଇଦିନିଆ ପଶ୍ଚିମଓଡିଶା ଗସ୍ତରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସାଧାରଣ ଲୋକଙ୍କ ଏବଂ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ଏବଂ ସମ୍ୱଲପୁର ଶୀତଳଷଷ୍ଠୀ ଉତ୍ସବରେ ଯୋଗ ଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଅଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେଠାରେ ପହଞ୍ଚି ସର୍ବପ୍ରଥମେ ସୁନ୍ଦରଗଡ ଜିଲ୍ଲାର ସାଧାରଣ ଚାଷୀ ପରିବାର ତଥା ସରଳ ଆଦିବାସୀ ସ୍ନେହୀ ମଣିଷ ଶ୍ରୀମତୀ କମଳା ମୁଣ୍ଡାଙ୍କ ଘରେ ସକାଳର ସୁସ୍ୱାଦୁ ଜଳପାନ ଗ୍ରହଣ କରିଥିଲେ । ଏବଂ କମଳା ମା’ଙ୍କ ବିଶେଷ ଆତିଥେୟତା ଓ ଅତ୍ମୀୟତା ଏବଂ ତା’ଙ୍କ ପରିବାର ପରିଜନଙ୍କ ବ୍ୟବହାରରେ ଅତ୍ୟନ୍ତ ପ୍ରୀତ ହୋଇଥିଲେ।
ଏହାପରେ ସୁନ୍ଦରଗଡ଼ ସ୍ଥିତ ସଦଭାବନା ଭବନରେ ସ୍ଥାନୀୟ ଜନପ୍ରତିନିଧି, ସମ୍ମାନୀୟ ଉପବାଚସ୍ପତି ଶ୍ରୀଭବାନୀ ଶଙ୍କର ଭୋଇ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ନୂତନ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ। ଏବଂ ରାଉଲକେଲା ପ୍ଲାନିଟୋରିୟମ୍ ମଧ୍ୟ ପରିଦର୍ଶନ କରିଥିଲେ।
ସେଠାରୁ ସେ, କୃଷି ଓ କୃଷକଙ୍କ ଉନ୍ନତି ତଥା କୃଷକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସମୃଦ୍ଧିକୁ ପ୍ରାଥମିକତା ଦେଉଥିବା ମୋହନ ସରକାର ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ସହ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣି ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ଉଚିତ ପ୍ରାପ୍ୟ ପୈଠ କରିଥିବାରୁ ମାନ୍ୟବର ରଘୁନାଥପାଲ୍ଲୀ ବିଧାୟକ ଶ୍ରୀଦୁର୍ଗା ଚରଣ ତନ୍ତୀ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ, ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ସମେତ ଦଳର ବହୁ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ହଜାର ହଜାର କୃଷକ ଭାଇ ଭଉଣୀଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଧନ୍ୟବାଦ ଜ୍ଞାପନ ସଭାରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଉପସ୍ଥିତ କୃଷକ ଭାଇ ଭଉଣୀଙ୍କ ସର୍ବବିଦ୍ଧ ମଙ୍ଗଳ କାମନା କରିଥିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଆସନ୍ତାକାଲି ସମ୍ୱଲପୁରର ଗସ୍ତରେ ଯାଇପାରନ୍ତି ମନ୍ତ୍ରୀ। ସେଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପୈତୃକ ବାସଭବନ ସାକ୍ଷୀପଡାଠାରେ ଅନୁଷ୍ଠିତ ଶିବ ବିବାହ ବା ଶୀତଳଷଷ୍ଠୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପବିତ୍ର ଉତ୍ସବରେ ମନ୍ତ୍ରୀ ସୁରେଶ ପୂଜାରୀ ବରର ପିତା ଅର୍ଥାତ ଶିବଙ୍କ ପିତା ଭୂମିକା ବହନ କରୁଛନ୍ତି। ଯେଉଁଥିପାଇଁ ସେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ପବିତ୍ର ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।
ଅନ୍ୟପଟେ, ମନ୍ତ୍ରୀଙ୍କ ଦିନିକିଆ ଗସ୍ତ ସମୟରେ, ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ପ୍ରଥମ ବିଧାୟକ ତଥା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଜନପ୍ରିୟ ନେତା ଶ୍ରୀପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଏହି ଦୁଃଖଦ ସମ୍ବାଦ ଶୁଣି ମର୍ମାହତ ଓ ଦୁଃଖିତ ହୋଇଛନ୍ତି ମନ୍ତ୍ରୀ । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ଅବଦାନ ଅମର ରହିବା ସହ ତା’ଙ୍କ ଦୃଢ଼ ନେତୃତ୍ୱ, ଦୟାଳୁ ସ୍ୱଭାବ, ମିଷ୍ଟଭାଷୀ ଏବଂ ମାନବିକ ମୂଲ୍ୟବୋଧ ସଦା ସ୍ମୃତିରେ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ତାଙ୍କ ପରିବାର, ଆତ୍ମୀୟ ଓ ପ୍ରିୟଜନଙ୍କୁ ଗଭୀର ସମବେଦନା ଜଣାଇ କପିଳାସେ ବିରାଜିତ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ତାଙ୍କ ଅମର ଆତ୍ମାକୁ ସଦଗତି ଦେବା ନିମନ୍ତେ ନମ୍ର ପ୍ରାର୍ଥନା କରିଛନ୍ତି ।
Leave a Reply