ଆଜି ସମ୍ବଲପୁରରେ ଅନୁଷ୍ଠିତ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ସୁମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆଜି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ ଏବଂ ଯେଉଁଠି ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ। ସେହିପରି ଏହି ଶିବିରରେ ୧୧ ମନ୍ତ୍ରୀ ଏବଂ ଏକ ବିଭାଗୀୟ ସଚ୍ଚିବ ମଧ୍ୟ ଉପସ୍ଥିତ ରହିବେ।
ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁରେ ପହଞ୍ଚିଥିଲେ ଯାହା ପରେ ସେ ମା’ସମଲେଇଙ୍କ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ତେବେ ଆଜିର ଏହି ଜନ ଅଭିଯୋଗ ଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଗଣେଶରାମ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହିବେ। ଏଥିସହ ଲୋକଙ୍କ ସରକାର ଲୋକଙ୍କ ପାଖକୁ ଆସି ଅଭିଯୋଗ ଶୁଣିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Leave a Reply