ନବୀନ ପଟ୍ଟନାୟକଙ୍କ ଫଲ୍ସ ନ୍ୟାରେଟିଭ୍‌ର ଜବାବ ରଖିଲେ ବିଜେପି ରାଜ୍ୟ ସଭାପତି: ମନମୋହନ ସାମଲ

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଲ୍ସ ନ୍ୟାରେଟିଭ୍‌ର ଜବାବ ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କେଉଁଟା ଫଲ୍ସ ନାରେଟିଭ୍‌ ନବୀନ ବାବୁ ଆଗେ ଜଣାନ୍ତୁ । କେନ୍ଦ୍ର କେତେ ଟଙ୍କା ଦେଇଥିଲା ତାର ହିସାବ ମାଗିଥିଲୁ, ତାର ହିସାବ ଦେଇପାରିଲେନି ବୋଲି ମନମୋହନ ସାମଲ କହିଛନ୍ତି । ତାଙ୍କ ସରକାର ସମୟରେ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନଥିଲା, ବିଧାୟକ ଓ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନଥିଲେ । କୌଣସି ବି କଥା କ୍ୟାବିନେଟରେ ଆଲୋଚନା ହୋଇପାରୁନଥିବା ବେଳେ ଯେତେ ଟଙ୍କା ଏଷ୍ଟିମେଟ୍ ହେଉଥିବା ତାର ଦଶ ଗୁଣା ଅପବ୍ୟୟ ହେଉଥିଲା । ଏସବୁ କଣ ଫଲ୍ସ ନ୍ୟାରେଟିଭ୍ କି ବୋଲି ପଚାରି ନବୀନଙ୍କୁ କଟାକ୍ଷ କରିଛନ୍ତି ମନମୋହନ ସାମଲ । ତାଙ୍କର ଏସବୁ ଅଯୋଗ୍ୟତା ପାଇଁ ଗତ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ି ଉପରୁ ଆସ୍ତା ହରାଇ ବିଜେପିକୁ ସରକାରକୁ ଆଣିଲେ ବୋଲି ସେ କହିଛନ୍ତି । 

ସୂଚନା ଅନୁଯାୟୀ, ନବୀନ ନବମଥର ପାଇଁ ବିଜେଡି ସଭାପତି ଘୋଷିତ ହେଲାପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଓଡ଼ିଶାବାସୀଙ୍କ ପାଇଁ ୨୪ ଥିଲା ଓଡ଼ିଶା ଇତିହାସର ସୁବର୍ଣ୍ଣ ଯୁଗ । ଏଥିସହ ଦଳର ସାଂଗଠନିକ ଦକ୍ଷତା ଉପରେ କହିବା ସହ ୨୦୨୪ ନିର୍ବାଚନରେ ଫଲ୍ସ ନ୍ୟାରେଟିଭ୍‌ ପାଇଁ ଅଳ୍ପ ଭୋଟ୍‌ରେ ହାରିଲୁ ବୋଲି କହିଥିଲେ। ତା’ର ଜବାବ ରଖିବାକୁ ଯାଇ ମନମୋହନ ସାମଲ ଏପରି କହିଥିଲେ।
 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial