ଆଜି ପୁରୀ ଗସ୍ତରେ ଯିବେ ବିଜେପି କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା; ଉଦ୍‌ଘାଟନ କରିବେ ପ୍ରଶିକ୍ଷଣ ଶିବିର

ଆଜି ପୁରୀ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। କାଲି କଟକରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ ପରେ ଆଜି ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ତିନିଦିନ ଧରି ପୁରୀରେ ସାଂସଦ ଓ ବିଧାୟକଙ୍କର ହେବ ପ୍ରଶିକ୍ଷଣ। ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶି କିପରି କାର୍ଯ୍ୟ କରିବେ ଏବଂ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ପାଇଁ ଗୁରୁମନ୍ତ୍ର ଦେବେ ନଡ୍ଡା।

ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେ ସ୍ଵଚ୍ଛତାର ସହ ପହଞ୍ଚା ଯାଇ ପାରିବେ ସେ ନେଇ ମଧ୍ୟ ତାଲିମ ଦିଆଯିବ। ଉତ୍ତମ ଭାଷଣ କିପରି ଦେବେ ସେ ନେଇ ମଧ୍ୟ ଟିପ୍ସ ଦିଆଯିବ। ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ନେଇ ସୂଚନା ରହିଛି।

ଏହି ପ୍ରଶିକ୍ଷଣ ଶିବିରରେ ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକ ଏବଂ ୩ ଜଣ ସ୍ୱାଧୀନ ବିଧାୟକ ଭାଗ ନେବେ। ଏଥିସହ ବିଜେପି ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ ଓ ସମସ୍ତ ପଦାଧିକାରୀ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ନେଇ ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial