ପ୍ରଭାତ ତ୍ରିପାଠୀଙ୍କୁ ନବୀନଙ୍କ କଡା ଜବାବ୍; କହିଲେ,ଦଳରେ ନଥାଇ ଦଳ ଉପରେ କାହିଁକି ମନ୍ତବ୍ୟ ଦେଉଛନ୍ତି ?

ବିଜେଡି ଭିତରେ ତୁଟୁନି କଳି। ସସ୍ମିତ୍ ପାତ୍ରଙ୍କୁ ସମାଲୋଚନା କରିବା ପରେ ଏବେ ଏହାର ଶିକାର ହୋଇଛନ୍ତି ପୂର୍ବତନ ନେତା ପ୍ରଭାତ ତ୍ରିପାଠୀ। ଗତକାଲି ପାଣ୍ଡିଆନଙ୍କ ବିରୋଧରେ ପୂର୍ବତନ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ବିବାଦୀୟ ବୟାନ ଦେବା ପରେ ତାଙ୍କୁ କଡା ଜବାବ୍ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ପାଣ୍ଡିଆନ ରାଜ୍ୟ ପାଇଁ ଅନେକ ହିତକାରୀ କାମ କରିଛନ୍ତି। ତାଙ୍କୁ ଅଯଥା ବଦନାମ କରାନଯାଉ। ଏହାସହ ପ୍ରଭାତ ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି ନବୀନ।

ନବୀନ କହିଛନ୍ତି, ଚିଟ୍‌ଫଣ୍ଡ ମାମଲାରେ ୨୦୧୪ରେ ଗିରଫ ହୋଇଥିଲେ ପ୍ରଭାତ ତ୍ରିପାଠୀ । ଏହାପରେ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । କିନ୍ତୁ ୨୦୧୭ ମସିହାରେ ପ୍ରଭାତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିନିଆଯାଇଥିଲା । ଏପରିକି ୨୦୧୯ରେ ପ୍ରଭାତ ତ୍ରିପାଠୀ ନବୀନ ପଟ୍ଟନାୟକଙ୍କ ସହ ମିଶି ନିର୍ବାଚନ ପ୍ରଚାର କରିଥିଲେ। ଦଳରେ ନଥାଇ ଦଳ ଉପରେ କାହିଁକି ମନ୍ତବ୍ୟ ଦେଉଛନ୍ତି?  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial