ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳୀ କେଦାର ଯାଦବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳୀ କେଦାର ଯାଦବ ୪୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଛନ୍ତି। କେଦାର ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ମୁମ୍ବାଇର ନରିମ୍ୟାନ୍ ପଏଣ୍ଟରେ ଥିବା ବିଜେପି ମୁଖ୍ୟାଳୟରେ ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତାଙ୍କ ଗହଣରେ ଦଳରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନ୍‌କୁଲେ ଓ ବରିଷ୍ଠ ନେତା ଅଶୋକ ଚୌହ୍ବାଣ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉନ୍ନତିମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି କେଦାର କହିଛନ୍ତି।

ପୁଣେରେ ଜନ୍ମଗ୍ରହଣ କରିଥିବା କେଦାର ଯାଦବ ଘରୋଇ କ୍ରିକେଟ୍‌ରେ ବହୁତ ରନ୍‌ କରିଥିଲେ। ଦୀର୍ଘ ୧୭ ବର୍ଷ କ୍ରିକେଟ୍‌ ଖେଳିବା ପରେ କେଦାର ଗତବର୍ଷ ଜୁନ୍‌ରେ ସମସ୍ତ କ୍ରିକେଟ୍‌ ଫର୍ମାଟରୁ ଅବସର ନେଇଥିଲେ। ତେବେ ସେ ଅବସର ନେବା ପରେ ରାଜନୀତିରେ ପାଦ ଥାପିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial