ପୁରୀ ମାଳତିପାଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ଜଳିଗଲା ଏକ ଟୁରିଷ୍ଟ ବସ୍‌!

ଆଜି ସକାଳେ ପୁରୀ ମାଳତିପାଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ଘଟିଛି ଏକ ବଡ ଧରଣର ଅଘଟଣ। ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ଏକ ଟୁରିଷ୍ଟ ବସ୍‌। ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ରାସ୍ତାରେ ଛିଡା ହୋଇଥିବା ବେଳେ ମହାରାଜା ନାମକ ଏକ ଯାତ୍ରୀବାହୀ ବସ୍ ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିବା ସମୟରେ ବସ୍ ଟି ଖାଲି ଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ଖବର ପାଇ ପୁଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial