ୱାକଫ୍ ବିଲ୍‌କୁ ସମର୍ଥନ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର !

ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ବିଲ୍‌ । ଆଉ ଏହି ବିଲ୍ ସପକ୍ଷରେ ଭୋଟ୍‌ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି। ତେବେ ଭୋଟିଂରେ ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେ ନେଇ ଦେଖା ଦେଇଥିଲା ଦ୍ୱନ୍ଦ। କିନ୍ତୁ ଗତକାଲି ସସ୍ମିତ ତାଙ୍କ ଟ୍ୱଟ୍ ରେ ଉଲ୍ଲେଖ କରିଥିଲେ ଯେ, ଭୋଟିଂରେ ଭାଗ ନେବା ନେଇ କୌଣସି ହ୍ୱିପ ଜାରି କରାଯାଇନାହିଁ। ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ। ସେପଟେ କିନ୍ତୁ ବିଜେଡିର ଅନ୍ୟତମ ସାଂସଦ ମୁନ୍ନା ଖାଁ ବିଲ୍ ବିରୋଧରେ ନିଜର ମତ ରଖିଥିଲେ। ଏପରିକି ତାଙ୍କ ଦଳ ବିଲ୍‌ ବିରୋଧରେ ଭୋଟ୍‌ କରିବ ବୋଲି କହିଥିଲେ। ଏବେ ପ୍ରଶ୍ନ ଉଠୁଛି, ଯଦି ସସ୍ମିତ ବିଲ୍‌ ସପକ୍ଷରେ ଭୋଟ୍‌ ଦେଇଛନ୍ତି ତା ହେଲେ ବାକି ସାଂସଦମାନେ ସପକ୍ଷରେ, କି ବିପକ୍ଷରେ ଭୋଟ୍‌ ଦେଇଛନ୍ତି, ତାହା ଏବେ ବି ସସପେନ୍ସ। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial