ବାଲୁଗାଁ ଶ୍ରୀ ସତ୍ୟସାଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ।

ପବିତ୍ର ଉତ୍କଳ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବାଣପୁର ରୋଡସ୍ଥିତ ପଦନପୁର ଛକ ନିକଟସ୍ଥ ଶ୍ରୀ ସତ୍ୟସାଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ସତ୍ୟସାଇ ସେବା ସମିତି ବରିଷ୍ଠ ସଦସ୍ୟ ସୁନିଲ୍ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ପରିଚାଳନା କମିଟି ସଭାପତି ତଥା ବାଲୁଗାଁ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ଅଧ୍ୟାପକ ଅନଙ୍ଗଭୀମ ବିଶ୍ୱାଳ, ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ସୁନିଲ୍ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସହକାରୀ ଶିକ୍ଷୟତ୍ରୀ ସୋଭାରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ଆଧୁନିକ ଯୁଗରେ ମାତୃଭାଷା ଓଡ଼ିଆ ସହିତ ଇଂରାଜୀ ଭାଷାର ଆବଶ୍ୟକତା ଓ ଉପାଦେୟତା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ମଞ୍ଚାସୀନ ଅତିଥିମାନେ ଦୃଢ ମତ ପ୍ରକାଶ କରିଥିଲେ। ବିଦ୍ୟାଳୟ ସମ୍ପାଦିକା ମଞ୍ଜୁବାଳା ବିଶ୍ଵାଳ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଆବଶ୍ୟକତା ସମ୍ପର୍କରେ ଉପାଦେୟ ଟିପ୍ପଣୀମାନ ଉପସ୍ଥାପନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ଗହଣରେ ପୁରସ୍କୃତ ମଧ୍ୟ କରାଯାଇଥିଲା। ଶିକ୍ଷକ ପ୍ରଭାକର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଜେନା, ରାଜେନ୍ଦ୍ର ସୁବୁଦ୍ଧି, ସ୍ଵାଧୀନ କୁମାର ମହାପାତ୍ର, ପବିତ୍ର ମୋହନ ଦାସ, କାହ୍ନୁ ଚନ୍ଦ୍ର ଗୁରୁଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ଅନୁପମା ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Social media & sharing icons powered by UltimatelySocial