ଆସିଲା ଖୁସି ଖବର। କାହାର ବି କଟିବନି ରାସନ କାର୍ଡ। ବିରୋଧୀଙ୍କ ଅପପ୍ରଚାରର ମୁହଁ ତୋଡ ଜବାବ ଦେଲେ ମନ୍ତ୍ରୀ। କମ୍ ରୋଜଗାରିଆ ବ୍ୟକ୍ତିଙ୍କର କଟିବନି ରାସନ କାର୍ଡ । ଖର୍ଚ୍ଚଦାବି ଆଲୋଚନା ବେଳେ ଯୋଗାଣ ମନ୍ତ୍ରୀ ଦେଲେ ଏହି ବଡ ସୂଚନା। ରାସନ୍ କାର୍ଡରେ ଚାଉଳ ପାଉଥିବା ବ୍ୟକ୍ତି ରାସନ୍ କାର୍ଡ କଟିଯିବ ବୋଲି ଦ୍ୱନ୍ଦ୍ୱରେ ରହିଥିବା ବେଳେ ମନ୍ତ୍ରୀ ଦେଲେ ବଡ ସୂଚନା। ଖୋଦ୍ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, କାହାର ବି କଟିବନି ରାସନ୍ କାର୍ଡ । ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର ଟଙ୍କା ଆୟ କରୁଥିଲେ ରାସନ୍ କାର୍ଡ କଟିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେମିତି କିଛି ବି ହେବନି ବୋଲି କହିଛନ୍ତି ମନ୍ତ୍ରୀ ।
ଗୁରୁବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ନେଇ ଆଲୋଚନା ହୋଇଥିବା ବେଳେ ବିଜେଡି ବିଧାୟକମାନେ କହିଥିଲେ, ରାଜ୍ୟରେ ଜଣେ ଶ୍ରମିକ ଦିନକୁ ୫୦୦ ଟଙ୍କାରୁ ଅଧିକ ରୋଜଗାର କରୁଛି । ଏମିତି ହେଲେ, ଜଣେ ଶ୍ରମିକର ମାସିକ ମଜୁରି ହିସାବ କଲେ, ସବୁ ରାସନ୍ କାର୍ଡ କଟିଯିବ । ଯାହାର ଉତ୍ତର ଦେଇଥିଲେ ମନ୍ତ୍ରୀ । ଏହାର ଉତ୍ତରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି, ଆମେ କାହାର ରାସନ୍ କାର୍ଡ କାଟିବୁନି । ୧୦ ହଜାର ଓ ୧୫ ହଜାର ମାସିକ ଆୟ କଥା କେନ୍ଦ୍ର ଗାଇଡ୍ଲାଇନ୍ରେ ଅଛି । ହେଲେ କାହାର ବି ରାସନ୍ କାର୍ଡ କଟିବନି।
ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆହୁରି ବି କହିଛନ୍ତି, ବହୁତ ଇଞ୍ଜିନିୟର, ଡାକ୍ତର, ଭଲ ଚାକିରି କରିଥିବା ଲୋକ ବିଜେଡି ସରକାର ଅମଳରେ ରାସନ୍ କାର୍ଡ ହାତେଇ ନେଇଥିଲେ। ତେଣୁ ଅଯୋଗ୍ୟ ଯେପରି କାର୍ଡ ଫେରାଇବେ ସେଥିପାଇଁ ଆମେ ଏମିତି କହିଥିଲୁ । ଏମିତି କହିବା ଦ୍ୱାରା ଅଯୋଗ୍ୟଙ୍କ ମନରେ ଭୟ ସୃଷ୍ଟି ହେଇଥିଲା । ଯାହାଦ୍ୱାରା ଅନେକ ଲୋକ କାର୍ଡ ଫେରାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ସମସ୍ତଙ୍କ କାର୍ଡ କଟାଯିବ ନାହିଁ ଯେଉଁ ମାନଙ୍କର କମ୍ ରୋଜଗାର ସେମାନଙ୍କ ରାସନ କାର୍ଡ କଟିବନି। ବରଂ କେବଳ ବଡ଼ ଚାକିରି କରିଥିବା ବ୍ୟକ୍ତିଙ୍କ କାର୍ଡ କଟିବ। ସେହିପରି ଯିଏ ଭଲ ରୋଜଗାର କରୁଥିବେ, କୋଠାବାଡ଼ି, କାର୍ ଥିବ ସେମାନେ ମଧ୍ୟ ରାସନ୍ କାର୍ଡ ଫେରାଇବେ ବୋଲି ମନ୍ତ୍ରୀ କହିଛନ୍ତି।
ଯୋଗାଣ ମନ୍ତ୍ରୀ ଦେଲେ ଖୁସି ଖବର,କାହାର ବି କଟିବନି ରାସନ କାର୍ଡ!

Leave a Reply