ଆଜି ପୁଣି କଂଗ୍ରେସର ଘଣ୍ଟ ବାଡେଇ ପ୍ରତିବାଦ; ପଦଯାତ୍ରା କରି ମନ୍ଦିର ଗଲେ ବିଧାୟକ

ଆଜି ପୁଣି ଘଣ୍ଟ ବାଡେଇ ପ୍ରତିବାଦ କରିଛି କଂଗ୍ରେସ। ଗତକାଲିର ହାଇଡ୍ରାମା ପରେ ଆଜି ପୁଣି କଂଗ୍ରେସ ଭବନରେ ଏଭଳି ପ୍ରତିବାଦ କରୁଥିବାର ଦେଖାଯାଇଛି। ଆଜି ସକାଳେ କଂଗ୍ରେସ ବିଧାୟକମାନେ କଂଗ୍ରେସ ଭବନ ଆଗରେ ଘଣ୍ଟ ବାଡ଼େଇ ରୋଳା କରି ସେଠାରୁ ପଦଯାତ୍ରାରେ ଏକ ମନ୍ଦିରକୁ ଯାଇଥିଲେ। ସେଠାରେ ଭଗବାନଙ୍କୁ ଦର୍ଶନ କରି ଦୀପଦାନ କରିଥିଲେ ଏବଂ ପୋଲିସ ମାଡ଼ରେ ଆହତ କର୍ମୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏହା ସହିତ କଂଗ୍ରେସ ବିଧାୟକମାନେ କହିଛନ୍ତି, ଆମେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲୁ କି ବିଜେପିକୁ ସଦବୁଦ୍ଧି ପ୍ରଦାନ କରନ୍ତୁ।

Social media & sharing icons powered by UltimatelySocial