ଅକ୍ଷର ବ୍ୟୁର: ନୟାଗଡ ଜିଲ୍ଲା ବିଜିପୁର ଛକ ନିକଟର ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ବାଇକ- କାର ମୁହାଁମୁହିଁ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଏହି ଦୁର୍ଘଟଣାରେ ବାଇକ ଚାଳକ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଦିନ ଅପରାହ୍ନ ସମୟରେ ବାଇକ୍ ଚାଳକ ଭୁବନେଶ୍ଵରରୁ ଫୁଲବାଣୀ ଅଭିମୁଖ୍ୟ OD02CV0514 ନମ୍ବର ଗାଡ଼ିରେ ଯାଉଥିବା ବେଳେ ନୟାଗଡରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ OD01E1111 ନମ୍ବର କାର ମୁହାଁ ମୁହିଁ ଧକ୍କା ହୋଇଥଲା। ଘଟଣା ସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି। ବାଇକ୍ ଚାଳକ ଜଣଙ୍କ ଫୁଲବାଣୀ କେନ୍ଦୁପଦର ଗ୍ରାମର ୩୮ ବର୍ଷୀୟ ସିଦ୍ଧିବ୍ରତ ସିଂ ବୋଲି ଜଣା ପଡିଛି । ତେବେ ଏଥିରେ କାର ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଇଟାମାଟି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
ବାଇକ ସହ କାର ମୁହାଁମୁହିଁ : ଚାଲିଗଲା ବାଇକ ଚାଳକଙ୍କ ଜୀବନ

Leave a Reply