ନାରୀ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କଲେ ସରକାର ଅସହ୍ୟ ହୋଇପଡ଼ୁଛନ୍ତି। ନାନା ଆଳ ନେଇ ନିଲମ୍ୱିତ କରି ବିରୋଧୀ ଶୂନ୍ୟ କରିବାକୁ ଚାହୁଁଛନ୍ତି। ଗୃହ ଭିତରେ ସିନା ନୁହେଁ, କିନ୍ତୁ ରାଜରାସ୍ତାରେ ଲଢ଼େଇ ହେବ। ଶୂନ୍ୟକାଳରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ୱନର ପ୍ରତିବାଦ କରିଥିଲା ବିଜେଡି। ଏଭଳି ଦଣ୍ଡ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ବି ପ୍ରସ୍ତାବ ରଖିଥିଲେ, ସବୁ ଦଳ ବିଧାୟକଙ୍କୁ ଡାକି ଆଲୋଚନା ହେଉ। ନିଲମ୍ୱନ ଦଣ୍ଡ ଏହାର ସମାଧାନ ଲାଗି ଏକମାତ୍ର ବିକଳ୍ପ ନୁହେଁ। ଆଉ ଶାସକ ଦଳ କହିଛି, ଗୃହର ମର୍ଯ୍ୟାଦା, ବାଚସ୍ପତି ଆସନକୁ ଅପମାନ ଓ ଅଶୋଭନୀୟ ଆଚରଣ କେବେ ଗ୍ରହଣୀୟ ନୁହେଁ। ଏଭଳି ନିଷ୍ପତ୍ତି ନ ନେଇଥିଲେ ଗୃହରେ ଶୃଙ୍ଖଳା ଫେରିବନି କି ଆଲୋଚନା ହୋଇପାରିବନି। ବାଚସ୍ପତିଙ୍କ ରୁଲିଂ ପରେ ନିଲମ୍ୱନ ପରେ ଗୃହରୁ ସଦସ୍ୟ ବାହାରିଯିବାର ଥିଲା। ଯଦି କାହାର ସୁନା ଚେନ୍ କିଏ ନେଇଛି, ଫୁଟେଜ୍ ଚେକ୍ କରାଯାଉ। ପଲିଟିକାଲ ମାଇଲେଜ୍ ନେବାକୁ ତୁଛା ଡ୍ରାମା। ୨୭ରେ ବିଧାନସଭା ଘେରାଓ କରିବ କଂଗ୍ରେସ। ନିଲମ୍ୱନ ଦଣ୍ଡ ପରେ ଗୃହ ଏବେ ପୁରା କଂଗ୍ରେସ ଶୂନ୍ୟ। ନାରୀ ସୁରକ୍ଷା, ସମ୍ମାନ ଲାଗି ସରକାରଙ୍କ ଉପରେ ଅଭିନବ ଢଙ୍ଗରେ ଚାପ ପକାଇଆସୁଥିବା କଂଗ୍ରେସ ୨୭ରୁ ରାଜରାସ୍ତାରେ ଲଢ଼ିବାକୁ ପଣ କରିଥିବା ଦଳ କେତେଦୂର ନିଜ ଦମ୍ଭ ଦେଖାଉଛି, ତାହା ଉପରେ ସମସ୍ତଙ୍କ ନଜର।
୨୭ରେ ବିଧାନସଭା ଘେରାଓ କରିବ କଂଗ୍ରେସ; ରାଜରାସ୍ତାକୁ ଓହ୍ଲେଇବେ ବିରୋଧୀ !

Leave a Reply