ଗତକାଲି ୧୨ ବିଧାୟକଙ୍କୁ ବାଚସ୍ପତି ବିଧାନସଭାରୁ ନିଲମ୍ବନ କରିବା ପରେ ଜୋରଦାର ତାତିଛନ୍ତି କଂଗ୍ରେସକର୍ମୀ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ଏବଂ ତାଙ୍କ ସହ ସାମିଲ ହୋଇଛନ୍ତି ବହୁ କଂଗ୍ରେସ କର୍ମୀ। ବିଧାନସଭା ଭିତରେ ଓ ବାହାରେ ହଇଚଇ ସୃଷ୍ଚି କରିବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। ଗତକାଲି ବିଳମ୍ବିତ ରାତି ଯାଏ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ନିଲମ୍ୱନ ଦାବିକୁ ନେଇ ପ୍ରତିବାଦ କରିଥିଲେ। ରାତି ଅଧରେ କଂଗ୍ରେସ ବିଧାୟକଙ୍କୁ ପୋଲିସ ଉଠାଇଆଣି ରାସ୍ତାରେ ଛାଡିବା ପରେ, ବିଧାୟକମାନେ ରାସ୍ତାରେ ପୋଲିସ ମାଡ ମାରିବା ଅଭିଯୋଗରେ ଧାରଣା ଦେବା ସହ ରାତି କଟାଇଛନ୍ତି। ଏହାରି ଭିତରେ ଭାବବିହ୍ୱଳ ହୋଇ କାନ୍ଦିପକାଇଛନ୍ତି ବିଧାୟକ ତାରା ବାହିନୀପତି ।
ତାରା ବାହିନୀପତିଙ୍କୁ ପୋଲିସମାନେ ମାଡ଼ ମାରିବା କଥା ନେଇ ସେ କହିଛନ୍ତି, ରାଜନୀତି ଆମେ ଲୋକଙ୍କ ପାଇଁ କରୁଛୁ ଓ ଅନ୍ୟାୟ ବିରୋଧରେ ଲଢୁଛୁ କିନ୍ତୁ ଏଭଳି ଆଚରଣ ପରେ ଆଉ ରାଜନୀତି କରିବିନି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ତାରା ବାହିନୀପତି ।
Leave a Reply