ଆଜି ପୁଣି ବିଧାନସଭାରେ ବିଶୃଙ୍ଖଳା। ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଆଜି ପୁଣି କଂଗ୍ରେସ ସଦସ୍ୟ ଗୃହରେ ଘଣ୍ଟ ଝାଂଞ୍ଚ ବଜାଇ ପ୍ରତିବାଦ କରିଛନ୍ତି। ଗୃହର ମଧ୍ୟ ଭାଗକୁ ଆସି ଘଣ୍ଟ ବଜାଇ ବିରୋଧୀ ବିରୋଧ ପ୍ରଦର୍ଶନ କରିଛନ୍ତି। ଅତ୍ୟଧିକ ହଟ୍ଟଗୋଳ କାରଣରୁ ଶେଷରେ ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ପରେ ବିଧାନସଭା ପ୍ରବେଶ ପଥରେ ବିଜେଡି ପ୍ରତିବାଦ କରି ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ବିଜେଡି ଧାରଣା ଦେଇଛି। ବାଧ୍ୟ ହୋଇ ବାଚସ୍ପତି ପୁଣି ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ବିରୋଧୀଙ୍କ ବିଶୃଙ୍ଖଳା ପୁଣିଥରେ ଦେଖାଯାଇଥିଲା। ଯେଉଁଥି ପାଇଁ ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଛନ୍ତି ବିଧାୟକ।
କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ମଧ୍ୟ ନିଲମ୍ବିତ ହୋଇଛନ୍ତି। ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ନିଲମ୍ବିତ ହୋଇଥିବା ଜଣା ପଡିଛି।
Leave a Reply