ଭିଜିଲାନ୍ସ ଜାଲରେ ଫସିଲେ ପୌରପାଳିକା ଅଧିକାରୀ; ସୂର୍ଯ୍ୟମଣି ପାଟ୍ଟଯୋଶୀ

ଭିଜିଲାନ୍ସ ଜାଲରେ ଫସିଲେ ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଆଜି ସକାଳେ ପାଟ୍ଟଯୋଶୀଙ୍କ ପୈତୃକ ଗାଁ ଗଂଜାମ ଜିଲ୍ଲା ସୋରଡାର ତିନିଟି ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏଥିସହ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ବି ଚଢ଼ାଉ କରିଛି ଭିଜିଲାନ୍ସ। ଏହା ସହ ଭୁବନେଶ୍ବର ଓ ବ୍ରହ୍ମପୁର ସ୍ଥିତ ବାସଭବନରେ ଚାଲିଛି ରେଡ୍। ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ଅର୍ଦ୍ଧନିର୍ମିତ କୋଠା ଘରେ ଚାଲିଛି ଚଢଉ। ସେହିପରି ଲାଞ୍ଜିପଲ୍ଲୀ ଠାରେ ରହୁଥିବା ସୂର୍ଯ୍ୟଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢଉ କରିଛି। ଏହି ଚଢ଼ାଉରେ ୯ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୧୩ ଜଣ ASI ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଛି। ସୂର୍ଯ୍ୟମଣି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial