ରାସନ କାର୍ଡକୁ ନେଇ ଚିନ୍ତାରେ ସାଧାରଣ ଲୋକେ

ରାସନ କାର୍ଡ ନେଇ ରାଜ୍ୟରେ ହେବେକୁ ଯାଉଛି ସର୍ଭେ, ସରକାର କରିବେ ଏହି ସର୍ଭେ। e-kyc କରିନଥିଲେ କଟିଯିବ ରାସନ କାର୍ଡ। ୩୧ ମାର୍ଚ୍ଚ ପରେ ସାମ୍ନାକୁ ଆସିବ ପୂରା ତଥ୍ୟ। କାହାର ରାସନ କାର୍ଡ କଟିବ ଓ କାହାର ରହିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ନେବେ। ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ କହିଛନ୍ତି, ଏଯାଏଁ ୩୦ ଲକ୍ଷ ୭୩୪ ଲୋକ e-kyc କରିନାହାଁନ୍ତି । ତେବେ ୩୧ ମାର୍ଚ୍ଚ ପରେ ଜଣାପଡ଼ିବ ମୋଟ୍‌ କେତେ ଲୋକ e-kyc ରୁ ବଞ୍ଚିତ ଅଛନ୍ତି । ୩୧ ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍‌ କରି କାହିଁକି କରିନାହାନ୍ତି ବୋଲି ଯାଞ୍ଚ କାରିବେ ସର୍ଭେ ଟିମ। ତେବେ ସେ ଯାଏଁ ହଠାତ୍ କାହାର ରାସନ କାର୍ଡ କଟା ଯିବନି ବୋଲି ମନ୍ତ୍ରୀ କହିଛନ୍ତି ।

୬ ଲକ୍ଷ ୩୫ ହଜାର ଲୋକ ଆଗରୁ ପୋର୍ଟାଲ ଜରିଆରେ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଛି । ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ଶେଷ ହେବ । ତା’ ପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ । ନୂଆ ପୋର୍ଟାଲ ଖୋଲିଛି । ଏବେ ସୁଦ୍ଧା ୫୦ ହଜାର ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ୩୫ ଟି ଜାଗାରେ ପାଇଲଟ୍‌ ପ୍ରୋଜେକ୍ଟ କରାଯାଇଛି । ପ୍ରତି ପଞ୍ଚାୟତରେ ଖୋଲାଯିବ ପୋଷଣ କେନ୍ଦ୍ର । ଯୋଜନା ଚାଲିଛି, ସରକାର ଖୁବ୍ ଶୀଘ୍ର ଚୂଡାନ୍ତ ନିଷ୍ପତ୍ତି ନେବେ । ଯେଉଁମାନେ ହିତାଧିକାରୀ ହେବେ ସେମାନଙ୍କୁ କାର୍ଡ ଦିଆଯିବ । ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗରେରେ ରାସନ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ରାସନ କାର୍ଡ କଟିବାକୁ ନେଇ ଚିନ୍ତାରେ ରହିଛନ୍ତି ସାଧାରଣ ଲୋକେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial