ଅକ୍ଷର ବ୍ୟୁରୋ : ପ୍ରୟାଗରାଜରେ ପହଞ୍ଚି ସପରିବାର ସହ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି ମୁଖ୍ୟମନ୍ତ୍ରୀ | ଏହା ସହିତ ପୂଜା ଓ ଆରତୀ କରି ରାଜ୍ୟବାସୀଙ୍କ ସୁଖ ,ଶାନ୍ତି ,ଓ ସମୃଦ୍ଧି କାମନା କରିଛନ୍ତି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ | ଏହା କେବଳ ଗଙ୍ଗା , ଯମୁନା , ସରସ୍ବତୀ ନଦୀର ସଙ୍ଗମ ସ୍ଥଳ ନୁହେଁ ଏହା ହେଉଛି ବିଶ୍ୱାସ ,ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ | ଆସନ୍ତାକାଲି ଅଯୋଧ୍ୟ୍ୟ ଗସ୍ତରେ ଯାଇ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ | ଏବଂ ଏହାପରେ ଆସନ୍ତା ୨୫ ତାରିଖରେ ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ |
ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Leave a Reply