ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା : ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଅକ୍ଷର ବ୍ୟୁରୋ : ସୋମବାର ପୂର୍ବାହ୍ନ ସୁଦ୍ଧା କେନ୍ଦୁଝର , ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ହୋଇପାରେ | ତାହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ଏହା ବ୍ୟତୀତ ଅନୁଗୁଳ ,ଢେଙ୍କାନାଳ , ଯାଜପୁର ,ଭଦ୍ରକ ,କେନ୍ଦ୍ରାପଡ଼ା ,କଟକ , ଜଗତସିଂହପୁର , ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ପବନ ହେବାର ଆଶଙ୍କା ରହିଛି |

ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦୁଝର , ମୟୁରଭଞ୍ଜ ଓ ବାଲେଶ୍ୱର ଉପରେ ବର୍ଷାର ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର | ଗତକାଲି ସକାଳଠାରୁ ଆଜି ସନ୍ଧ୍ୟା ମଧ୍ୟରେ ବାରିପଦା ସହରରେ ସର୍ବାଧିକ ୨୨ ମିମି ବର୍ଷା ହୋଇଛି | ଏବଂ ଅନୁଗୁଳରେ ୨୧ ମିମି , ବାଲେଶ୍ୱରରେ ୧୩.୩ମିମି ,ଭଦ୍ରକରେ ୯ ମିମି , ଚାନ୍ଦବାଲିରେ ୦.୬ ମିମି , ଗୋପାଳପୁରରେ ୦.୩ମିମି , ରାଉରକେଲାରେ ୦. ୨ମିମି ବର୍ଷା ହୋଇଛି | ପାରଳାଖେମୁଣ୍ଡିରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ରହିଥିଲା ବେଳେ ଉପକୂଳ ଓଡିଶାରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial