ମହାକୁମ୍ଭ ମେଳାରେ ମହିଳାଙ୍କ ଗାଧେଇବା ବେଳର ଭିଡ଼ିଓ ବିକ୍ରି

ଅକ୍ଷର ବ୍ୟୁରୋ : ଉତ୍ତରପ୍ରଦେଶରେ ଚାଲିଛି ହିନ୍ଦୁ ଧାର୍ମିକ ପର୍ବ ମହାକୁମ୍ଭ | ଯେଉଁଠିକି କୋଟି କୋଟି ଶ୍ରଦ୍ଧାଳୁ ଆସି ଆସ୍ଥାର ବୁଡ଼ ପକାଉଛନ୍ତି | ଏବେ ସେହି ମହାକୁମ୍ଭରେ ଆସିଛି ଏକ ଲଜ୍ୟା ଜନକ ଘଟଣା | ମହାକୁମ୍ଭ ମେଳାରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ଆସୁଥିବା ମହିଳା ଏବଂ ଯୁବତୀ ମାନଙ୍କ ଭିଡିଓ ବିକ୍ରି ହେଉଛି | ମହିଳା ଏବଂ ଯୁବତୀ ମାନେ ବୁଡ଼ ପକାଇବା ବେଳ ଏବଂ ଏହା ପରେ ପୋଷାକ ବଦଳିବା ଚିତ୍ର ସବୁ ଇଣ୍ଟରନେଟରେ କରାଯାଉଛି ବିକ୍ରି | ଏନେଇ ଏବେ ସଂଘାତିକ ତଥ୍ୟ ପଦାକୁ ଆସିଛି | ଏନେଇ ଜାତୀୟ ଗଣ ମାଧ୍ୟମରେ ଏହା ଖବର ପ୍ରକାଶ ପାଇଛି | ଏଥିରେ କୁହାଯାଉଛି , ମହାକୁମ୍ଭରେ ବୁଡ଼ ପକାଉଥିବା ମହିଳାଙ୍କ ଭିଡିଓ ଭାଇରାଲ |

ମହିଳାମାନଙ୍କ ବୁଡ଼ ପକାଇବା ବେଳର ଚିତ୍ର ଏବେ ଅନଲାଇନରେ ବିକ୍ରି ହେଉଛି | ସୋସିଆଲ ମିଡ଼ିଆରେ ଶହେରୁ ଉର୍ଦ୍ଧ ଆକାଉଣ୍ଟରେ ବିକ୍ରି ଚାଲିଛି | ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ହେଲା ୟୁପି ପୋଲିସ |୧୦୧ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ | ଅନେକଙ୍କୁ ନୋଟିସ ସହ ଗିରଫ କରିବା ସମ୍ଭାବନା | ଭିଡ଼ିଓ ହଟାଇବା ପାଇଁ ମେଟା ସଂସ୍ଥାର ନିଆଯାଉଛି ସହଯୋଗ | ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି | ଏଯାବତ ୫୫ କୋଟିରୁ ଉର୍ଦ୍ଧ ଲୋକ ବୁଡ଼ ପକାଇ ସାରିଛନ୍ତି | ଏହାର ଭିତରେ କେତେଯେ ଭିଡିଓ ସୁଟ ହେଇଛି ତାହା କଳ୍ପନା ବାହାରେ | ଯାହାକି ୟୁପି ପୋଲିସର ଚିନ୍ତା ବଢ଼ାଇଦେଇଛି | ଘଟଣାରେ ଅଧିକ ଛାନଭିନ ଜାରି ରହିଛି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial