ଦିଲ୍ଲୀ ବିଧାନସଭାର ବାଚସ୍ପତି ଭାବେ ଚୟନ ହୋଇଛନ୍ତି ବିଜେନ୍ଦ୍ର ଗୁପ୍ତା

ନୂଆଦିଲ୍ଲୀ : ଦୀର୍ଘ ୨୭ ବର୍ଷର ଅପେକ୍ଷା ପରେ ପୁଣି ଦିଲ୍ଲୀ ବିଜେପି ଦଖଲ କରିଛି | ଆଜି ପୁଣି ଦିଲ୍ଲୀରେ ବିଜେପି ସରକାର ଗଠନ କରିବାକୁ ଯାଉଛି | ଏହି କ୍ରମରେ ଦିଲ୍ଲୀ ପୂରା ଗେରୁଆମୟ ହୋଇଛି | ଦିନ ୧୧.୩୦ ରେ ରାମଲୀଳା ମୈଦାନରେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି |

ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ | ସେପଟେ ଦିଲ୍ଲୀ ବିଧାନସଭାର ବାଚସ୍ପତି ହେବେ ବିଜେନ୍ଦ୍ର ଗୁପ୍ତା | ଏବଂ ଉପାଧ୍ୟକ୍ଷ ଭାବେ ମୋହନ ସିଂ ବିଷ୍ଟ ଚୟନ ହୋଇପାରନ୍ତି | ସୂତ୍ର ସୂଚନା ମୁତାବକ ଶପଥ ଗ୍ରହଣ ପରେ ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇପାରେ |

ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ସରକାର | ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ମୋହର ବାଜିଛି | ଆଜି ରାମଲୀଳା ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ | ଦିନ ୧୨ଟା ୪୫ରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial