ଏ ବର୍ଷ ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ, ସଜେଇ ହୋଇଛି ଭୁବନେଶ୍ୱର ଗାନ୍ଧୀମାର୍ଗ ।

ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଜେଇ ହୋଇଛି ଭୁବନେଶ୍ୱର ଗାନ୍ଧୀମାର୍ଗ । ଚଳିତ ବର୍ଷ ଆନ୍ଧ୍ର ଷ୍ଟେଟ ଆର୍ମଡ ପୋଲିସ ଭାଗ ନେଇଥିବା ବେଳେ ରାଜଧାନୀର ୨୪ ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ବି ପରେଡ଼ରେ ଅଂଶ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ୪ ଟି ପୋଲିସ ବ୍ୟାଣ୍ଡ ସହ ୪ ଟି ବିଭିନ୍ନ ସ୍କୁଲର ବ୍ୟାଣ୍ଡ ମଧ୍ୟ ଦେଖାଇବେ କମାଲ ।

ପୂରା କାର୍ଯ୍ୟକ୍ରମରେ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୨୧ ପ୍ଲାଟୁନ ପୋଲିସ ଫୋର୍ସ । SI ଓ ASI ରାଙ୍କର ୧୦୨ ପୋଲିସ ଅଧିକାରୀ ଅଛନ୍ତି । ସେହିଭଳି ୨୧ ଜଣ ଇନ୍ସପେକ୍ଟର, ୮ ଏସିପି, ୫ ଅତିରିକ୍ତ ଡିସିପି ଓ ୫ ଡିସିପି ମୁତୟନ ହୋଇଛନ୍ତି । ଗାନ୍ଧିମାର୍ଗରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ପ୍ରତି ଛକରେ ସୁରକ୍ଷାକୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial