ପୁରୀରୁ ୫ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ଗଡ଼ିଲା ସୁପର ପ୍ରିମୟମ ବସ୍ । ତିରୁପତି, ଅଯୋଧ୍ୟା, ଉଜ୍ଜୟିନୀ, ହାଇଦ୍ରାବାଦ ଓ ଭିଲାଇକୁ ଗଡ଼ିଲା ବସ୍। କିଲୋମିଟର ପିଛା ପୁରୁଷଙ୍କ ପାଇଁ ୨ ଟଙ୍କା ଓ ମହିଳାଙ୍କ ପାଇଁ ୧ ଟଙ୍କା ଲାଗୁ । ଭୁବନେଶ୍ୱରରୁ ହାଇଦ୍ରାବାଦ୍, ବିଶାଖାପାଟନମକୁ ଗଡ଼ିଛି OSRTC ବସ୍ । ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ଏହି ଯୋଜନା ଆରମ୍ଭ କରାଯାଇଥିବା ସୂଚନା ରହିଛି । ରାଜ୍ୟ ଓଡିଶା ସଡକ ପରିବହନ ନିଗମ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଗତକାଲି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଥିବା ବେଳେ ଆଜି ପୁରୀ ବସଷ୍ଟାଣ୍ଡରୁ ବାହାରିଛି ବସ୍ । OSRTC ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ପୁରୀରୁ ଗଡ଼ିଲା ୫ ସୁପର ପ୍ରିମୟମ ବସ୍; ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳ ପାଇଁ ଗଡିଲା ବସ୍ ।

Leave a Reply