ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ମୁଖ୍ୟ ଶାସନ ସଚିବଙ୍କ ସୂଚନା । ନୂଆ ଭୁବନେଶ୍ୱର ସହର, ଇ-ଚାଲାଣ, ବିଡିଓଙ୍କ ବିଲ୍ ପାସ୍ କ୍ଷମତା, ପରୀକ୍ଷା ଫି, ଆମ୍ୱୁଲାନ୍ସ କିଣା ପ୍ରସ୍ତାବ ଭଳି ୫ଟି ବଡ଼ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରେସ୍ମିଟ୍ କରି ଏହି ସୂଚନା ଦେଇଛନ୍ତି । ବୈଠକରେ ୫ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର ।
ନ୍ୟୁ ଭୁବନେଶ୍ୱର ସିଟି ପାଇଁ ମାଷ୍ଟର୍ ପ୍ଲାନ୍ ଉପରେ ମୋହର । ପ୍ରକଳ୍ପ ପାଇଁ ୧୫ ବର୍ଷରେ ୮,୧୭୯ କୋଟି ଖର୍ଚ୍ଚ କରିବ BDA । ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ୮ଶହ ଏକର ଜମିରେ ହେବ । ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ୍ ପ୍ରଦାନ ଏବଂ ଫେରସ୍ତ ନିୟମାବଳୀ ପ୍ରଣୟନ । ST,SC ଓ ଭିନ୍ନକ୍ଷମଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଦେବେ ପରୀକ୍ଷା ଫିସ୍ । ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟାମବଳୀର ସଂଶୋଧନ । ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ପାଇଁ ବଢ଼ିଲା BDOଙ୍କ ଆର୍ଥିକ କ୍ଷମତା । ମୋଟର ଯାନ ଅଧିନିୟମରେ ଚାଲାଣ ଏକକାଳୀନ ସମାଧାନକୁ ଗୁରୁତ୍ୱ । ବିଭିନ୍ନ କୋର୍ଟକୁ ପଠାଯାଇଥିବା ଚାଲାଣର ଫଇସଲା ପାଇଁ ହେବ କମିଟି । ବକେୟା ଜୋରିମାନା ଦୃଢ଼ତାର ସହ ଆଦାୟ ଉପରେ ଗୁରୁତ୍ୱ । ୪୨୮ଟି ନୂଆ ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର ।












Leave a Reply