ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ । ଏଥର ହବିଷ୍ୟାଳିଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ୫ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରହଣି ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କ ରହଣି ସ୍ଥାନରେ ପୋଲିସର ସୁରକ୍ଷା, ଶୃଙ୍ଖଳା ଓ ସୁବିଧା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଇଛି । ଶ୍ୱେତଗଙ୍ଗା, ମାର୍କଣ୍ଡେଶ୍ୱର ଓ ନରେନ୍ଦ୍ର ପୁଷ୍କରିଣୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦାୟିତ୍ୱରେ ଜଣେ ଅତିରିକ୍ତ ଏସପି, ୬ ଇନସ୍ପେକ୍ଟର, ୬ ସବ-ଇନସ୍ପେକ୍ଟରଙ୍କୁ ନିଯୁକ୍ତି ଦିଆଯାଇଛି ।
ପୁରୀରେ ହବିଷ୍ୟାଳିଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ୫ଟି ସ୍ଥାନରେ କରାଯାଇଛି ବ୍ୟାପକ ବ୍ୟବସ୍ଥା :












Leave a Reply