୫ କନଷ୍ଟେବଳଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତଥିଲେ ଉକ୍ତ କନଷ୍ଟେବଳ । କାର୍ଯ୍ୟରେ ଅନୀୟମିତା ସାଙ୍ଗକୁ ମନମୁଖୀ ଭାବେ ଡ୍ୟୁଟି କରିବା ନେଇ ଅଭିଯୋଗ ଆସିଥିଲା ସେମାନଙ୍କ ନାଁରେ । ବାରମ୍ବାର ତାଗିଦ୍ ସତ୍ୱେ ଡ୍ୟୁଟିକୁ ସେମାନେ ଗୁରୁତ୍ୱ ଦେଉ ନ ଥିଲେ । ଯାହାଫଳରେ ବାଲେଶ୍ୱର SP ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି ।
କାର୍ଯ୍ୟରେ ଅବହେଳା ଯୋଗୁଁ ୫ କନଷ୍ଟେବଳଙ୍କୁ ଚାକିରିରୁ ସସପେଣ୍ଡ ।












Leave a Reply