ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ୍ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ସରକାର ୪୯ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀ ଜିଲ୍ଲାପାଳଙ୍କୁ ବଦଳାଇଛନ୍ତି ରାଜ୍ୟ ସରକାର । ଚଞ୍ଚଳ ରାଣାଙ୍କୁ BMC କମିଶନର ଭାବେ ନିଯୁକ୍ତି ମିଳିଛି । ରଥଯାତ୍ରା ଅଘଟଣ ପରେ ସେ ପୁରୀ ଜିଲାପାଳ ଭାବେ ଦାୟିତ୍ବ ନେଇଥିଲେ । ବର୍ତ୍ତମାନ ତାଙ୍କର ବଦଳି କରାଯାଇଛି । ସେହିପରି ରୁପା ରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ । ସଚିନ ରାମଚନ୍ଦ୍ର ଯାଦବ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ନିଯୁକ୍ତ । ସେହିପରି ଭୁପେନ୍ଦ୍ର ସିଂ ପୁନିଆ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ନିଯୁକ୍ତ । ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ RDC ଭାବେ ଅତିରିକ୍ତ ଦାୟିତ୍ୱ । ସଞ୍ଜୀବ କୁମାର ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ନିଯୁକ୍ତ । ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ହେମନ୍ତ ଶର୍ମା ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
ସେହିପରି ଭାସ୍କରଜ୍ୟୋତି ଶର୍ମା ହେଲେ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ । ସଂଗ୍ରାମ କେଶରୀ ମହାପାତ୍ର ଦକ୍ଷିଣାଞ୍ଚଳ RDC ଭାବେ ନିଯୁକ୍ତ । ବିଜୟ କୁମାର ଦାସ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ । ଅମ୍ରିତ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତ । କନ୍ଧମାଳ ଜିଲ୍ଲାପାଳ ଥିଲେ ଅମ୍ରିତ ଋତୁରାଜ । ଦିବ୍ୟଜ୍ୟୋତି ପରିଡ଼ା ହେଲେ ପୁରୀ ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାପାଳ ଥିଲେ ୨୦୧୬ ବ୍ୟାଚ୍ର ଦିବ୍ୟଜ୍ୟୋତି ପରିଡ଼ା । ସୋମେଶ କୁମାର ଉପାଧ୍ୟାୟ ହେଲେ ମାଲକାନଗିରି ଜିଲ୍ଲାପାଳ । ଶୁଭଙ୍କର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ । ଆଶିଷ ଈଶ୍ୱର ପାଟିଲ୍ ଢେଙ୍କାନାଳ ଜିଲ୍ଲାପାଳ । କୀର୍ତ୍ତି ଭାସନ ଭି ଗଞ୍ଜାମ ଜିଲ୍ଲାପାଳ । ମନୋଜ ସତ୍ୟବାନ ମହାଜନ କୋରାପୁଟ୍ ଜିଲ୍ଲାପାଳ । ବେଦଭୂଷଣ କନ୍ଧମାଳ ଜିଲ୍ଲାପାଳ । କୁଲକର୍ଣ୍ଣି ଆଶୁତୋଷ ସି ରାୟଗଡ଼ା ଜିଲ୍ଲାପାଳ । ମଧୁସ୍ମିତା-ଗଜପତି ଜିଲ୍ଲାପାଳ । ଚୌହାନ କୁନାଲ୍ ମୋତିରାମ- ଝାରସୁଗୁଡ଼ା ଜିଲ୍ଲାପାଳ । ବିଭୂତି ଭୂଷଣ ନାୟକ ବୌଦ୍ଧ ଜିଲ୍ଲାପାଳ ।
Leave a Reply