୪୫ ଡିଗ୍ରୀ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅସହ୍ୟ ତାତିରେ ଜଳିବ ଓଡିଶା। ୪୦ ଡିଗ୍ରୀ ଉପରେ ରହିବ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାର ତାପମାତ୍ରା ସେହିପରି ପଶ୍ଚିମ ଓଡ଼ିଶାରେ ରେକର୍ଡ ଭାଙ୍ଗିବ ତାତି,ଅସମ୍ଭାଳ ଖରା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।
ଆଜି ବଲଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ସବୁଠୁ ଅଧିକ ଗରମ ଅନୁଭୂତ ହେବ । ସେହିପରି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ହିଟ୍ ୱେଭ ସହ ଉପକୂଳ ୧୧ ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପିର ୨୪ ତାରିଖରେ ମଧ୍ୟ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପାଡ଼ାରେ ତାପମାତ୍ରା ଅଧିକ ରହିବ। ପଶ୍ଚିମ ଓଡ଼ିଶା ତାପମାତ୍ରା ୪୬ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଗତକାଲି ୧୧ଟି ସ୍ଥାନରେ ପାରଦ ୪୨ ଡିଗ୍ରୀରୁ ଅଧିକ ରହିଥିଲା। ପ୍ରଥମଥର ପାଇଁ ରାଜ୍ୟରେ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡ଼ାରେ ସର୍ବାଧିକ ୪୫.୪ ଡିଗ୍ରୀ ତାପମାତ୍ରା ରହିଥିଲା ଏବଂ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁରରେ ୪୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ହୀରାକୁଦରେ ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।












Leave a Reply