ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା 3ଜଣ ରୋଗୀଙ୍କ ପରିଚୟ ମିଳିପାରି ନାହିଁ । ଖବର ଅନୁସାରେ, ଟ୍ୱିନ୍ ସିଟିରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକରେ 2ଜଣ ପଜିଟିଭ ରହିଛନ୍ତି । ପ୍ରଥମ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟିନରେ ରହିଥିବା ବେଳେ ଦ୍ୱିତୀୟ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କରୋନାକୁ ନେଇ ଆତଙ୍କିତ ନହୋଇ ସତର୍କ ରହିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଟେଷ୍ଟିଂ ଅନୁସାରେ ପଜିଟିଭ ହାର କମ୍ ଥିବା କୁହାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କୋଭିଡ୍-19 ମାମଲାରେ ଏକ ବଡ଼ ବୃଦ୍ଧି ଘଟିଛି । ଯାହା ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା 4,302 କୁ ବୃଦ୍ଧି ପାଇଛି ଏବଂ ସାତ ଜଣ ନୂତନ ମୃତ୍ୟୁ ରେକର୍ଡ କରାଯାଇଛି । ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସଦ୍ୟତମ ସଂଖ୍ୟା ପ୍ରକାଶ କରିଛି । ସେହି ସମୟରେ, ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ କରୋନାର ବୃଦ୍ଧି ମାମଲା ବିଷୟରେ ସତର୍କ କରାଯାଇଛି ।
ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ।

Leave a Reply