ତିନି ଦିନିଆ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଆସନ୍ତାକାଲିଠୁ ତିନି ଦିନିଆ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଗସ୍ତ । ସ୍ୱାଧିନତା ଦିବସ ପାଳନ ଏବଂ ବହୁ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଆସନ୍ତାକାଲି ମନ୍ତ୍ରୀ କନ୍ଧମାଳ ଜିଲ୍ଲା ଗସ୍ତ କରିବେ । ପ୍ରଥମେ ସେ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଥିବା ଜିଲ୍ଲା ହେର୍ଡକ୍ୱାଟରଠାରେ ପତକା ଉତ୍ତୋଳନ କରିବେ । ଏବଂ ସେଠାରୁ ସେ ତୁମୁଡ଼ିବନ୍ଧରେ ଥିବା ଜଲେଶପଟ୍ଟା କନ୍ୟାଶ୍ରମ ଆଶ୍ରମକୁ ଯାତ୍ରା କରିବେ । ଯାହା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ୧୯୮୯ରେ ତୁମୁଡ଼ିବନ୍ଧର ଜଲେଶପଟ୍ଟାଠାରେ ପ୍ରତିଷ୍ଠା କରାଯାଇଥିଲା । ହେଲେ ଦୁର୍ଭାଗ୍ୟବସତଃ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ତଥା ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ୪ ଜଣଙ୍କୁ ହତ୍ୟା କରାଯାଇଥିଲା । ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱବଧାନରେ ଝିଅମାନଙ୍କ ରହିବା ସୁବିଧା ନିମନ୍ତେ ନୂଆ କରି ବିଲିଡିଂ ନିର୍ମାଣ କରାଯାଇଥିଲା । ଯାହାକୁ କେନ୍ଦ୍ରୀୟ ମନ୍ତ୍ରୀ ଜେ.ପି. ନଡ୍ଡା ୨୦୨୨ ମସିହା ଡିସେମ୍ୱର ୨୮ ତାରିଖରେ ପରିଦର୍ଶନ କରି ଉଦ୍ଘାଟନ କରିଥିଲେ ।

ଅପରପକ୍ଷେ, ବାଲିଗୁଡାରେ ଆୟୋଜିତ ନୂତନ ରାସନ କାର୍ଡ ବଣ୍ଟନ ମେଳାରେ ମଧ୍ୟ ଯୋଗ ଦେବେ । ଏବଂ ଜିଲ୍ଲାର ଯୋଗ୍ୟ ଏବଂ ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବେ । ସେହିଭଳି ଗଞ୍ଜାମ ଜିଲ୍ଲା ଗସ୍ତ କରି ସେଠାରେ ମଧ୍ୟ ଆୟୋଜିତ ନୂତନ ରାସନ କାର୍ଡ ବଣ୍ଟନ ମେଳାରେ ଯୋଗ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିବେ । ଏବଂ ସେଠାରେ ଥିବା ଜିଲ୍ଲା ବିଜ୍ଞାନ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial