ଅଙ୍ଗନବାଡି ଛତୁଆ ନେଲା ଦୁଇ ଶିଶୁକନ୍ୟାଙ୍କ ଜୀବନ। ଗଜପତି ଜିଲ୍ଲା ରାମଗିରିରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ରାମଗିରି ଗ୍ରାମର ତୁଳସୀ ନଗରରେ ରହୁଥିବା ଶିବଶଙ୍କର ବଡମୁଣ୍ଡିଙ୍କ ଦୁଇ ଝିଅଙ୍କର ଅଙ୍ଗନବାଡି ଛତୁଆ ଖାଇ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଜଣଙ୍କୁ ୩ବର୍ଷ ହେଇଥିବା ବେଳେ ଅନ୍ୟ ଜଣଙ୍କୁ ୫ବର୍ଷ ବୋଲି ଅନୁମାନ କରାଯାଉଛି। ତେବେ ଆଉ ୨ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି। ପରିବାରର ସମସ୍ତ ସଦସ୍ୟ ଅଙ୍ଗନବାଡି ଛତୁଆ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସମସ୍ତଙ୍କୁ ତୁରନ୍ତ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତୁଳସୀ ବଡ଼ମୁଣ୍ଡି ଓ ଗୁଣବତୀ ବଡ଼ମୁଣ୍ଡିଙ୍କର ମୃତ୍ୟୁ ହୋଇଛି। ସେହିପରି ସୁମିତ୍ରା ବଡ଼ମୁଣ୍ଡି ଓ ତାଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି ଅଙ୍ଗନବାଡି ଛତୁଆ ଖାଇ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ମଧ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଅଙ୍ଗନବାଡ଼ି ଛତୁଆ ଖାଇ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଏବଂ ଅଙ୍ଗନବାଡି କର୍ମୀ ଉପରେ ଯଥା ସମ୍ଭବ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଘର ଲୋକ ଦାବି କରିଛନ୍ତି।
ଅଙ୍ଗନବାଡି ଛତୁଆ ନେଲା ଦୁଇ ଶିଶୁକନ୍ୟାଙ୍କ ଜୀବନ

Leave a Reply