ବନ୍ୟାଜଳ ନିଷ୍କାସନ ପାଇଁ ଖୋଲାହେଲା ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ।

ଖୋଲାହେଲା ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ । ଏବେ ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମ୍‌ ବାମପଟର ୧୧ଟି ଗେଟ୍‌ ଖୋଲା ହୋଇଛି । ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳସ୍ତର ୬୦୬ ଦଶମିକ ୨୩ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୯ ହଜାର ୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୮୩୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ସ୍ପିଲ୍‌ୱେ ପାଇଁ ଯାଉଛି ୨ ଲକ୍ଷ ୩୨ ହଜାର ୮୯୬ କ୍ୟୁସେକ୍ ପାଣି । ପାୱାର ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୭୦୮ କ୍ୟୁସେକ୍ ପାଣି । ହୀରାକୁଦରେ ୬୪ ସ୍ଲୁଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial